ଓଡ଼ିଶାରେ ଚାଲିଛି ଜନବିରୋଧୀ ସରକାର: ପୃଥ୍ୱୀରାଜ ହରିଚନ୍ଦନ

'ବର୍ଷା ଦିନ ପୂର୍ବରୁ ସମସ୍ତଙ୍କୁ ଘର ନମିଳିଲେ ରାଜରାସ୍ତାରେ ନିଆଁ ଜଳିବ'

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ଜନବିରୋଧୀ ସରକାର । କେନ୍ଦ୍ର ସରକାର ଦେଉଥିବା ଅନୁଦାନକୁ ରାଜ୍ୟ ସରକାର ହଡପ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓଡ଼ିଶାରେ ଅଚଳ ହୋଇପଡିଛି । ଗରିବ ଲୋକଙ୍କୁ ଘର ସ୍ୱପ୍ନ ହୋଇଯାଇଛି । ଅନିୟମିତତା କରି ଗରିବ ଲୋକଙ୍କ ହକ ମାରୁଛନ୍ତି ରାଜ୍ୟସରକାର । ପ୍ରେସମିଟ କରି ବିଜେଡିକୁ ଟାର୍ଗେଟ କରିଛି ବିଜେପି ।

ବିଗତ ୮ ବର୍ଷରେ ଓଡ଼ିଶାକୁ ତିନି ଗୁଣା ଘର ଦେଇଛନ୍ତି ମୋଦୀ ସରକାର । ଯଦି ତାକୁ ବାସ୍ତବରେ ରାଜ୍ୟ ସରକାର ସଠିକ ଭାବେ କାର୍ଯ୍ୟକାରୀ କରିଥାନ୍ତେ ତେବେ ଆଜି ବହୁତ ଲୋକ ପକ୍କା ଘରେ ଥାନ୍ତେ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ କହିଲେ ଯେ ଘରର ଟଙ୍କା ଆସି ପଡିଛି ତୁମେ ଅନିୟମିତତା କରୁଛ ଲୋକଙ୍କୁ କାର୍ଯ୍ୟାଦେଶ ଦେଉନ । ସେତେବେଳେ ବିଜୁ ଜନତା ଦଳ ନେତା ବାବୁଙ୍କୁ ବାଧିଲା ସେଥିପାଇଁ ପ୍ରଳାପ କରିବା ଆରମ୍ଭ କରିଛନ୍ତି । ଗୟା ପ୍ରସାଦ କମିଟି ରାଜ୍ୟରେ ଆବସ ଅନିୟମିତତାକୁ ଧରିଥିଲେ । ସେତେବେଳେ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର କହିବା ପରେ ବି ତାଙ୍କୁ ଘଣ୍ଟ ଘୋଡେଇଲେ ରାଜ୍ୟ ସରକାର । ରାଜନୀତିରେ ଏତେ ବେଲଜ୍ୟା ହୁଅନ୍ତୁ ନାହିଁ ।

ବିଜେଡ଼ି କହୁଛି କେନ୍ଦ୍ର ଘର ଦେଉନି ସେଥିପାଇଁ ରାଜ୍ୟ ସରକାର ୬ ହଜାର କୋଟି ଖର୍ଚ୍ଚ କରି ବିଜୁ ପକ୍କା ଘର ଦେଇଛନ୍ତି । ମିଛ କହିବାର ଗୋଟେ ସୀମା ଅଛି । ୯.୬୦ ହଜାର ଘର ଆସି ପଡିଛି ତୁମେ ବାଣ୍ଟି ପାରୁନ କିନ୍ତୁ ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ବିଧାନସଭାର ତଥ୍ୟ କହୁଛି ତିନି ବର୍ଷରେ ମାତ୍ର ତିନି ଶହ ଟି ଘର ହିଁ ହୋଇଛି । ବର୍ଷା ଦିନ ପୂର୍ବରୁ ସମସ୍ତଙ୍କୁ ଘର ନମିଳିଲେ ରାଜରାସ୍ତାରେ ନିଆଁ ଜଳିବ ବୋଲି ବିଜେପି ଚେତାବନୀ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ