Masthead

ଟିପ ଚିହ୍ନ ନେଇ ଲକ୍ଷାଧିକ ଟଙ୍କା ଠକେଇ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ପ୍ରଗତି ଗ୍ରୁପ ଲୋନ କରାଇବା ଆଳରେ କାଗଜପତ୍ର ଓ ଟିପ ଚିହ୍ନ ନେଇ ଏଜେଣ୍ଟ ଜଣକ ଏକ ଲକ୍ଷ ବତିଶି ହଜାର ଟଙ୍କା ଉଠାଇ ଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ବୋରିପଦର ଗାଁରେ । ବୋରିପଦର ଗ୍ରାମର ୬ ଜଣ ମହିଳା ଦେଇ ସାନ୍ତା ,ଚମ୍ପା ସାନ୍ତା , ସବିତା ସାନ୍ତା , ଦୈମତି ସାନ୍ତା , କମଳା ସାନ୍ତା ଓ ତୁଳସା ସାନ୍ତାଙ୍କୁ କଣ୍ଟାସାରୁ ଗ୍ରାମର ଜଳେଶ ହରିଜନ ପ୍ରଗତି ଗ୍ରୁପ ଲୋନ କରାଇ ଦେବି କହି କାଗଜପତ୍ର ଓ ଟିପ ଚିହ୍ନ ଆଣିଥିଲେ । କିନ୍ତୁ ଏହି ମହିଳାମାନଙ୍କ ଅଜାଣତରେ ୨୨ ହଜାର ଲେଖାଏଁ ଋଣ ହୋଇ ତାଙ୍କ ଆକାଉଣ୍ଟକୁ ଟଙ୍କା ଚଢ଼ିଥିଲା ।

କିନ୍ତୁ ଚଳିତ ମାସ ୧୩ ତାରିଖରେ ଆରବିଏଲ ବ୍ୟାଙ୍କ କର୍ମଚାରୀମାନେ ବୋରିପଦର ଯାଇ ଏହି ମହିଳାମାନଙ୍କୁ ଧମକଚମକ ଦେଇ ଜଣ ପିଛା ଦୁଇ ହଜାର ଟଙ୍କା ଲେଖାଁଏ ନେଇଥିଲେ । ପରେ ଜାଣିବାକୁ ପାଇଲେ ଯେ ଋଣ ବାବଦକୁ ଜଳେଶ ହରିଜନ ହିଁ ଋଣ ଟଙ୍କା ଉଠେଇ ନେଇଛି ବୋଲି । ଜଳେଶ ହରିଜନ ଅଶିକ୍ଷିତ, ଦୁର୍ବଳ ଓ ଅସହାୟର ସୁଯୋଗ ନେଇ ଏକ ଲକ୍ଷ ବତିଶି ହଜାର ଟଙ୍କା ଉଠାଇ ନେଇଛି ବୋଲି ମଇଦଲପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ମଇଦଲପୁର ଥାନା ଏଏସଆଇ ଲୋକେଶ କୁମାର ଭୋଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ