Masthead

ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନକୁ ଗଡୁଛି ବସ୍। ପାରାଦୀପରେ ମଧ୍ୟ ସ୍ବାଭାବିକ ରହିଛି ବସ୍ ଚଳାଚଳ । ମୁଖ୍ୟମନ୍ତ୍ରୀ ବସ୍‌ ସେବାକୁ ନେଇ ଗଡ଼ୁନଥିଲା ବସ୍ ।ଆଜିଠାରୁ ଜଗତସିଂହପୁରର ସମସ୍ତ ରୁଟ୍‌ରେ ଗଡିଲା ଘରୋଇ ବସ୍ । ୫ ଦିନ ବ୍ୟାପୀ ଧର୍ମଘଟ ପରେ ପ୍ରଶାସନ ରାଜି ହେଲା ଟାୟାର ୨ ଏମ୍ ବି ଏସ ବନ୍ଦ କରିବା ପାଇଁ । ଜଗତସିଂହପୁର ଘରୋଇ ବସ ମାଲିକ ସଂଘ, କଟକ ଓ ପାରାଦୀପ ସଂଘର ପକ୍ଷରୁ ଜଗତସିଂହପୁର କଲେକ୍ଟର, ଏସପି, ରାଜ୍ୟ ପରିବହନ କମିଶନର, ପରିବହନ ମନ୍ତ୍ରୀ,କଟକ ଓ କେନ୍ଦ୍ରାପଡ଼ା କଲେକ୍ଟରଙ୍କ ନିକଟରେ ଇ-ମେଲ୍ ଜରିଆରେ ଲିଖିତ ଅଭିଯୋଗ ହେବା ପରେ, ପ୍ରଶାସନର ପଦକ୍ଷେପ ଗ୍ରହଣ କରିଛି ।

ରବିବାର ସନ୍ଧ୍ୟାରେ, ଟ୍ରାନ୍ସପୋର୍ଟ କମିଶନର, ରାଜ୍ୟ ସଂଘର ସଂପାଦକ, କଟକ ଘରୋଇ ବସ ମାଲିକ ସଂଘ ସଭାପତି ଓ ଜଗତସିଂପୁର ଜିଲ୍ଲାପାଳ ମୋବାଇଲ କନ୍ଫରେନ୍ସ ଜରିଆରେ ଆଲୋଚନା ପରେ ଟ୍ରାନ୍ସପୋର୍ଟ କମିଶନର ଏମ୍ ବି ଏସ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ, ରାଜ୍ୟ ସଂପାଦକ, କଟକ, ପାରାଦୀପ, ଜଗସିଂହପୁର ସଭାପତି ଏବଂ ସମ୍ପାଦକ ଘରୋଇ ମାଲିକ ମାନଙ୍କୁ ସେମାନଙ୍କ ବସ ସୋମବାର ଠାରୁ ଚଳାଚଳ ଜାରି ରଖିବା ପାଇଁ କହିଛନ୍ତି । ଏମ୍ ବି ଏସ ବସ ସମ୍ପର୍କରେ ଏସ ଟି ଏ ରେ ସୋମବାର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ହେବ ବୋଲି କମିଶନର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା