Masthead

ପରିବାରବାଦକୁ ନେଇ ବ୍ୟାକ୍ ଫୁଟକୁ ଯିବାରେ ଲାଗିଛି ବିଜେଡି

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ନିର୍ବାଚନମଣ୍ଡଳିରେ ଏବେ ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ଦେଖିବାକୁ ମିଳୁଛି। ପରିବାରବାଦକୁ ନେଇ ବ୍ୟାକ୍ ଫୁଟକୁ ଯିବାରେ ଲାଗିଛି ବିଜେଡି। ଗୋଟିଏ ପଟେ ଦୀର୍ଘ ଦିନ ଧରି ପାରାଦୀପରେ ରାଜନୈତିକ ଗୋଟି ଚାଳନାରେ ସ୍ୱର୍ଗତ ଡାକ୍ତର ଦାମୋଦର ରାଉତ ବାଜିମାତ କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଯୋଜନାର ଫଳକକୁ ଛାଡିଦେଲେ ବନ୍ଦର ନଗରୀ ଭଳି ଶିଳ୍ପାଞ୍ଚଳରେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କ ନିଯୁକ୍ତି ହେଉ କିମ୍ବା ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସେଭଳି ଆଖିଦୃଶିଆ କାର୍ଯ୍ୟ ପାଇଁ କେବେବି ପଦକ୍ଷେପ ନେଇନାହାନ୍ତି। ଏପରିକି ବିଭିନ୍ନ ବିଭାଗର ମନ୍ତ୍ରୀ ଥାଇବି ପାରାଦୀପର ସେଭଳି ବିକାଶ ହୋଇନାହିଁ। ତାଙ୍କ ପରେ ତାଙ୍କ ପୁଅକୁ ପାରାଦୀପବାସୀ ବିଧାୟକ କରିଥିଲେ ମଧ୍ୟ ସେ ବି ବିଫଳ ହୋଇଛନ୍ତି।

ଏବେ ଦାମୋଦର ରାଉତଙ୍କ ବୋହୂ ବିଜେଡିର ବିଧାୟକ ପ୍ରାର୍ଥୀ । ଏହି ପରିବାରବାଦ ହିଁ ପାରାଦୀପ ନିର୍ବାଚନ ମଣ୍ଡଳିରେ ବିଜେଡିକୁ ବ୍ୟାକ୍ ଫୁଟକୁ ନେଇଯାଇଛି। ଏବଂ ଏହାର ଫାଇଦା ଏବେ ବିଜେପିକୁ ଯାଉଥିବା ଦେଖିବାକୁ ମିଳିଛି। ଉଭୟ ବିଜେଡି ଓ ବିଜେପି ଦଳର ଦୁଇଟି ସମାବେଶ ହିଁ ଏହାର ପ୍ରମାଣ ଦେଉଛି। ରବିବାର କୁଜଙ୍ଗ ବ୍ଲକ ପଡିଆରେ ବିଜେଡିର ସମାବେଶରେ ଦଳର ତୁଙ୍ଗ ହେଭିୱେଟ ନେତା ଉପସ୍ଥିତ ରହି ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ।

ଯେଉଁଥିରେ ବିଧାୟକ ସମ୍ବିତ ରାଉତରାୟଙ୍କ ସହିତ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ସାସଂଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ଚିରଞ୍ଜୀବ ବିଶ୍ୱାଳଙ୍କ ପରି ନେତା ଉପସ୍ଥିତ ଥିଲେ। ମାତ୍ର ଷ୍ଟେଜ ସମ୍ମୁଖରେ ପଡିଥିବା ଚେୟାର ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା। କିନ୍ତୁ ସୋମବାର ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏକ ପଞ୍ଚାୟତ ସ୍ତରୀୟ ରାଲି ଓ ସମାବେଶରେ ଲୋକଙ୍କ ସମାଗମ ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ପ୍ରବଳ ବର୍ଷା ସତ୍ତ୍ବେ ଲୋକମାନେ ଓଦା ହୋଇ ଚେୟାରରେ ବସି ସମ୍ପଦଙ୍କ ଭାଷଣ ଶୁଣୁଥିଲେ। ଯାହା ପାରାଦ୍ଵୀପ ନିର୍ବାଚନମଣ୍ଡଳିରେ ଚଳିତ ନିର୍ବାଚନ ଯେ ଅନ୍ୟ ଦିଗକୁ ଗତି କରୁଛି ତାହା ସ୍ପଷ୍ଟ ବାରି ହୋଇପଡୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା