Masthead

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ରାମେଶ୍ୱର ପୀଠରେ ୩ ଦିନ ବିତାଇବା ପରେ ଆଜି ରୁକୁଣା ରଥରେ ବିଜେ ହୋଇ ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍କୁଣୀ । ଅପରାହ୍ନ ୩ଟା ପୂର୍ବରୁ ରଥ ଟଣା ଆରମ୍ଭ ହେବ । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ କରିବା ଲାଗି ମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ଜଣାଇଛନ୍ତି । ଫଳରେ ଗୋଟିଏ ଦିନରେ ରଥ ରାମେଶ୍ୱରରୁ ମହାଖଳାରେ ପହଞ୍ଚିବ । ତେଣୁ ରାମେଶ୍ୱରଙ୍କ ପୀଠରେ ମଧ୍ୟ ସମସ୍ତ ନୀତି ଆଗୁଆ ସମ୍ପନ୍ନ କରିବା ଲାଗି ପରାମର୍ଶ ଦିଆଯାଇଛି ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

ପରିବର୍ତ୍ତିତ ନୀତିନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ଅବକାଶ, ରୋଷ ହୋମ ଓ ପାକ କାର୍ଯ୍ୟ ସକାଳୁ ଆରମ୍ଭ ହୋଇ ୮ଟାରେ ଶେଷ ହୋଇଛି । ସାହାଣମେଲା ଦର୍ଶନ ୯ଟା ପର୍ଯ୍ୟନ୍ତ ଚାଲିଥିଲା । ଛାମୁ ପରିଷ୍କାର, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଦିନ ୧୦ଟା ଯାଏ ସମାପ୍ତ ହୋଇଛି। ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ, ଶ୍ରୀଜିଉଙ୍କ ସକାଳ ଧୂପ, ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ଓ ଭୋଗ ମଣ୍ଡପ ଦିନ ୧୨ ମଧ୍ୟରେ ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୧ଟା ମଧ୍ୟରେ ଅଧରପଣା ନୀତି ସମାପନ କରାଯାଇ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୩ଟା ପୂର୍ବରୁ ରଥ ଟଣା ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼