Masthead

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ, ଇସାରା ଦେଲେ ସୁଖବୀର ସିଂହ ବାଦଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋଦି ସରକାର ବିରୋଧରେ ଆଞ୍ଚଳିକ ଦଳର ବଡ଼ ମୋର୍ଚ୍ଚା । ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଲେଣି ଅଣ ଏନଡିଏ ଦଳ । ତେବେ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପୂର୍ବରୁ ବିଜେପିର ପୂର୍ବତନ ସାଥି ଶିରୋମଣୀ ଅକାଳି ଦଳର ସଭାପତି ସୁଖବୀର ସିଂହ ବାଦଲ ଏକ ହିଣ୍ଟ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଦଳ ଆଉ ବିଜେପି ସହ ମେଣ୍ଟ କରିବ ନାହିଁ । ଆଞ୍ଚଳିକ ଦଳ ମାନେ ମିଶି ବିଜେପି ବିରୋଧରେ ବଡ଼ ମୋର୍ଚ୍ଚା ଖୋଲିବା ଦରକାର ବୋଲି ସେ ମତ ଦେଇଛନ୍ତି ।

ତେବେ ମମତାଙ୍କ ଦିଲ୍ଲୀ ଆସିବା ପୂର୍ବରୁ ଶିରୋମଣୀର ଏପରି ମନ୍ତବ୍ୟ ବିଜେପି ବିରୋଧରେ ହେଉଥିବା ମେଣ୍ଟରେ ସାମିଲ ହେବା ନେଇ ଇସାରା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ତାଙ୍କ ଦଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଯିଏ ୩କୃଷି ଆଇନକୁ ସମର୍ଥନ କରିବ ଦଳ ସେମାନଙ୍କ ସହ କେବେ ବି ବୁଝାମଣା କରିବ ନାହିଁ । ଏହାଛଡ଼ା ପଞ୍ଜାବରେ ଏହି ଆଇନ ଲାଗୁ କରିବାକୁ ସେ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । କେନ୍ଦ୍ର ସରକାର ତିନି କୃଷି ବିଲ୍ ସଂସଦରେ ଆଗତ କରିବା ପରେ ଏହାକୁ ବିରୋଧ କରି ବାଦଲଙ୍କ ପତ୍ନୀ ହର୍ଷମିତ କୌର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏବେ ସରକାର ଆନ୍ଦୋଳନକାରୀ ଚାଷୀଙ୍କ ସହ ୧୧ ରାଉଣ୍ଡ ବୈଠକ କରି ସାରିଛି କିନ୍ତୁ ସମାଧାନର ସୂତ୍ର ବାହାରି ପାରି ନାହିଁ। ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ସହିତ ତାଙ୍କ ଦଳର ମେଣ୍ଟ ଉପରେ ବାଦଲ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ମେଣ୍ଟ ସ୍ଥାୟୀ। ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ବାଦଲ କହିଛନ୍ତି ବିଭିନ୍ନ ଆଞ୍ଚଳିକ ଦଳ ସହ ସେ କଥାବାର୍ତ୍ତା କରୁଛନ୍ତି। ଯାହା ଦ୍ୱାରା ସେମାନେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ମଞ୍ଚରେ ଆସି ପାରିବେ। ଆମେ ବିଭିନ୍ନ ପାର୍ଟି ସହିତ କଥା ହେଉଛୁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଞ୍ଚଳିକ ଦଳମାନେ ଏକାଠି ହୋଇ ଏକ ସାମ୍ମୁଖ୍ୟ ଗଠନ କରିବା ଉଚିତ୍। ୨୦୨୪ ପୂର୍ବରୁ ଏହି ସାମ୍ମୁଖ୍ୟ ଏକ ଶକ୍ତିଶାଳୀ ସାମ୍ମୁଖ୍ୟ ଭାବରେ ଏବେର ଶାସକ ଦଳ ଆଗରେ ଉଭା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି