ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ, ଇସାରା ଦେଲେ ସୁଖବୀର ସିଂହ ବାଦଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋଦି ସରକାର ବିରୋଧରେ ଆଞ୍ଚଳିକ ଦଳର ବଡ଼ ମୋର୍ଚ୍ଚା । ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଲେଣି ଅଣ ଏନଡିଏ ଦଳ । ତେବେ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପୂର୍ବରୁ ବିଜେପିର ପୂର୍ବତନ ସାଥି ଶିରୋମଣୀ ଅକାଳି ଦଳର ସଭାପତି ସୁଖବୀର ସିଂହ ବାଦଲ ଏକ ହିଣ୍ଟ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଦଳ ଆଉ ବିଜେପି ସହ ମେଣ୍ଟ କରିବ ନାହିଁ । ଆଞ୍ଚଳିକ ଦଳ ମାନେ ମିଶି ବିଜେପି ବିରୋଧରେ ବଡ଼ ମୋର୍ଚ୍ଚା ଖୋଲିବା ଦରକାର ବୋଲି ସେ ମତ ଦେଇଛନ୍ତି ।

ତେବେ ମମତାଙ୍କ ଦିଲ୍ଲୀ ଆସିବା ପୂର୍ବରୁ ଶିରୋମଣୀର ଏପରି ମନ୍ତବ୍ୟ ବିଜେପି ବିରୋଧରେ ହେଉଥିବା ମେଣ୍ଟରେ ସାମିଲ ହେବା ନେଇ ଇସାରା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ତାଙ୍କ ଦଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଯିଏ ୩କୃଷି ଆଇନକୁ ସମର୍ଥନ କରିବ ଦଳ ସେମାନଙ୍କ ସହ କେବେ ବି ବୁଝାମଣା କରିବ ନାହିଁ । ଏହାଛଡ଼ା ପଞ୍ଜାବରେ ଏହି ଆଇନ ଲାଗୁ କରିବାକୁ ସେ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । କେନ୍ଦ୍ର ସରକାର ତିନି କୃଷି ବିଲ୍ ସଂସଦରେ ଆଗତ କରିବା ପରେ ଏହାକୁ ବିରୋଧ କରି ବାଦଲଙ୍କ ପତ୍ନୀ ହର୍ଷମିତ କୌର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏବେ ସରକାର ଆନ୍ଦୋଳନକାରୀ ଚାଷୀଙ୍କ ସହ ୧୧ ରାଉଣ୍ଡ ବୈଠକ କରି ସାରିଛି କିନ୍ତୁ ସମାଧାନର ସୂତ୍ର ବାହାରି ପାରି ନାହିଁ। ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସପି) ସହିତ ତାଙ୍କ ଦଳର ମେଣ୍ଟ ଉପରେ ବାଦଲ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ମେଣ୍ଟ ସ୍ଥାୟୀ। ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ବାଦଲ କହିଛନ୍ତି ବିଭିନ୍ନ ଆଞ୍ଚଳିକ ଦଳ ସହ ସେ କଥାବାର୍ତ୍ତା କରୁଛନ୍ତି। ଯାହା ଦ୍ୱାରା ସେମାନେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ମଞ୍ଚରେ ଆସି ପାରିବେ। ଆମେ ବିଭିନ୍ନ ପାର୍ଟି ସହିତ କଥା ହେଉଛୁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଞ୍ଚଳିକ ଦଳମାନେ ଏକାଠି ହୋଇ ଏକ ସାମ୍ମୁଖ୍ୟ ଗଠନ କରିବା ଉଚିତ୍। ୨୦୨୪ ପୂର୍ବରୁ ଏହି ସାମ୍ମୁଖ୍ୟ ଏକ ଶକ୍ତିଶାଳୀ ସାମ୍ମୁଖ୍ୟ ଭାବରେ ଏବେର ଶାସକ ଦଳ ଆଗରେ ଉଭା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ