Masthead

ଗୀତାଞ୍ଜଳୀଙ୍କ ଶକ୍ତି ପ୍ରଦର୍ଶନ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ନିର୍ବାଚନମଣ୍ଡଳିରେ ଏବେ ନିର୍ବାଚନୀ ତାତି ବଢିବାରେ ଲାଗିଛି। ପ୍ରବଳ ବର୍ଷା ସତ୍ତ୍ବେ ପାରାଦୀପ ବିଜେଡି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟଙ୍କ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ବର୍ଷା ଯୋଗୁ ବିଧାୟିକାଙ୍କ ରାଲିରେ ୧୦୦ରୁ ଊର୍ଦ୍ଧ୍ବ କାର ସାମିଲ ହୋଇ ପାରାଦୀପ ଗଡ ପଞ୍ଚାୟତ ପରିକ୍ରମା କରିବା ସହିତ ପ୍ରଚାର କରିଛନ୍ତି। ଚକ୍ରଧରପୁର ଠାରୁ ରାଲି ଆରମ୍ଭ ହୋଇ ପାରାଦ୍ଵୀପ ଗଡ, ନିମିଢିହି , ରଙ୍ଗିଆଗଡ ଗ୍ରାମ ସମେତ ୯ଟି ଗ୍ରାମ ପରିକ୍ରମା କରିଥିଲେ।

ସବୁଠାରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଓ ସମର୍ଥନ ମିଳିଛି। ବର୍ଷା ସତ୍ତ୍ବେ ଲୋକମାନେ ଛତା ଧରି ବିଜେଡି ପ୍ରାର୍ଥୀଙ୍କ ନିକଟକୁ ଆସି ହାତ ମିଳାଇବା ସହିତ ଆଶିର୍ବାଦ କରିଛନ୍ତି। ତେବେ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲପାଇବା ଯୋଗୁଁ ସମ୍ଭବ ହୋଇଛି ଏବଂ ଚଳିତ ନିର୍ବାଚନ ରେ ଆମେ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହେବୁ ବୋଲି ବିଧାୟୀକା ପ୍ରାର୍ଥୀ ପ୍ରକାଶ କରିଛନ୍ତି । ଏହି ରାଲି ବିରୋଧିଙ୍କ ନିଦ ହଜାଇ ଦେବ ଏବଂ ବିଜେଡିର ଲୋପ୍ରିୟତାକୁ ସେମାନେ ଅନୁଭବ କରୁଥିବେ ବୋଲି ବିଜେଡି ନେତା ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ