Masthead

ପାରଳାଖେମୁଣ୍ଡିରେ ମୁହାଁମୁହିଁ ହେବେ ରୂପେଶ-କେ.ନାରାୟଣ-ବିଜୟ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ପାରଳାଖେମୁଣ୍ଡିରେ ହେବ ମହାଲଢେଇ । ମୁହାଁମୁହିଁ ହେବେ ରୂପେଶ-କେ.ନାରାୟଣ-ବିଜୟ । ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ଫାଇଟ । ରୂପେଶ ପାଣିଗ୍ରାହୀଙ୍କ ଉପରେ ଭରସା କରିଛି ବିଜେଡି । ବିଜେପିରୁ କେ.ନାରାୟଣ ରାଓ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସରୁ ଲଢିବେ ବିଜୟ ପଟ୍ଟନାୟକ । ଏବେ ବିଜେପି ହାତରେ ରହିଛି ପାରଳାଖେମୁଣ୍ଡି ଆସନ । ଗଜପତି ଜିଲ୍ଲା ପାରଳଖେମୁଣ୍ଡି ବିଧାନସଭା ଆସନରେ ପ୍ରମୁଖ ତିନିଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇସାରିଛି ।

ନିର୍ବାଚନ ମଇଦାନରେ ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି । ଏନେଇ ନିର୍ବାଚନ ମଇଦାନ ସରଗରମ ହୋଇଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ଉତ୍ତାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପରି ଗରମ ଗରମରେ ରାଜନୈତିକ ଚର୍ଚ୍ଚା, ଆଲୋଚନା ତଥା ନିଜ ନିଜ ଦଳୀୟ ପ୍ରାର୍ଥୀ ଜୟ ଲାଭକୁ ନେଇ ତର୍କ ମଧ୍ୟ ହେଉଛି । ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନୂଆ ଚେହେରାକୁ ଅବତୀର୍ଣ୍ଣ କରିଛି । ବିଗତ ବର୍ଷ ରାଜନୀତିରେ ନୂତନ ଭାବେ ଯୋଗ ଦେଇଥିବା ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳ ଦଳୀୟ ପ୍ରାର୍ଥୀ ଭାବେ ଟିକଟ ଦେଇଛି । ହେଲେ ତାଙ୍କ ପିତା ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଜଣେ ପୁଞ୍ଜିପତି ସହ ରାଜନୀତିରେ ପୁରୁଖା ଅଟନ୍ତି ।

ନବାଗତ ଇଂ. ରୂପେଶ ପାଣିଗ୍ରାହୀ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ସମାପନ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ତଥା ବିଧାୟକ କେ.ନାରାୟଣ ରାଓ ଜଣେ ଉଚ୍ଚ ଶିକ୍ଷାଧାରୀ । ସେ ସ୍ନାତକ ସହ ଏଲଏଲବି ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ସହ ରାଜନିତୀରେ ଜଣେ ପୁରୁଖା ନେତା ଅଟନ୍ତି । କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷାସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ସହ ଆଇଏଏସ୍ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ସେ ବିଭିନ୍ନ ସମୟରେ ବିଭିନ୍ନ ପଦାଧିକାରୀ ଭାବେ ଅବସ୍ଥାପିତ ହୋଇ ମୁଖ୍ୟ ଶାସନସଚିବ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଧିଷ୍ଟ ଥିଲେ ।

ଏଭଳି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନିଜ ନିଜ ଦଳ ଟିକେଟ ଦେଇଥିବା ବେଳେ ଏହି ତିନିଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି । ଅବଶ୍ୟ ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡି ସାଂଗଠନିକ ମଜବୁତ ସହ ଦଳୀୟ କର୍ମୀ ଏବଂ ଭୋଟର ହାର ଅଧିକା ରହିଛି । ଗତ ପଞ୍ଚାୟତ ନିର୍ବାଚନ ୨୦୨୨ ପର ଠାରୁ ବିଜେପି ଏବଂ କଂଗ୍ରେସ ଠାରୁ ବିଜେଡି ଦଳ ଖୁବ୍ ଆଗରେ ରହିଛି । ପୂର୍ବରୁ କଂଗ୍ରେସ ଗଡ ଥିବା ଏହି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଣକଂଗ୍ରେସର ପତିଆରା ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ