Masthead

ମିଟର ଟ୍ୟାପେରିଂ କରି ଅଟକ ରହିଲେ ଟାଟା ପାୱାର କର୍ମଚାରୀ

ଦଶରଥପୁର(ବଡ଼ କବର ବ୍ୟୁରୋ) : ଇଲେକ୍ଟ୍ରି ମିଟର ଟ୍ୟାଂପେରିଙ୍ଗ କରି ଲୁଟୁଥିବା ବେଳେ ଧରିଲେ ଗ୍ରାମବାସୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ଗ୍ରାମରେ ଜେଇଇ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀମାନେ ଚାରି ଘଣ୍ଟାରୁ ଅଧିକ ସମୟ ଅଟକ ରଖିଛନ୍ତି ।

ଟାଟା ପାୱାରର କର୍ମଚାରୀ ମାନେ ଇଲେକ୍ଟ୍ରି ମିଟର ଗୁଡିକୁ ଟ୍ୟାଂପେରିଙ୍ଗ କରି ଅଧିକ ଆମାଉଣ୍ଟ ର ବିଲ କରୁଛନ୍ତି । ଯାହାଫଳରେ ସଧାରଣ ଲୋକେ ଟାଟା ପାୱାରର ଶୋଷଣ ହେଉଛନ୍ତି । ସୂଚନା ମୁତାବକ ନିଜାମପୁର ପଞ୍ଚାୟତ ର ପାରିପଦା ଗ୍ରାମ ରେ ଟାଟା ପାୱାରର ୨ଜଣ କର୍ମଚାରୀ ଅପରାହ୍ନ ସମୟରେ ବିଲ୍ କଲେକ୍ସନ ଆଳରେ ମିଟରର ସିଲକୁ ଖୋଲି ଟ୍ୟାଂପେରିଙ୍ଗ କରୁଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଏହାପରେ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗର ଜେଇଇ ଏବଂ ବିଲ୍ କଲେକ୍ସନରେ ଆସିଥିବା ଦୁଇ ଜଣ କର୍ମଚାରୀଙ୍କୁ ଚାରି ଘଣ୍ଟା ରୁ ଅଧିକ ସମୟ ଅଟକ ରଖିଥିଲେ । ଖବର ପାଇ ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଅଟକ ଥିବା କର୍ମଚାରୀଙ୍କୁ ଗ୍ରାମବାସୀ ନିକଟରୁ ଉଦ୍ଧାର କରିଥିଲେ ଏବଂ ଜେଇଇ ଗ୍ରାମରେ ଟ୍ୟାଂପେରିଙ୍ଗ କରାଯାଇଥିବା ମିଟର ଗୁଡିକକୁ ବଦଳାଇ ନୂତନ ମିଟର ଲଗାଇବାକୁ ପ୍ରତିଶୃତି ଦେବା ପରେ ପରିବେଶ ଶାନ୍ତ ପଡିଥିଲା । ଟାଟା ପାୱାରର ଏହିଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯିବା ସହ ଯଦି ଆଗାମୀ ଦିନରେ ଟାଟା ପାୱାରର ଏହି ଜୁଲମ କରେ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’