ଭିନ୍ନକ୍ଷମଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ (ବଡ଼ ଖବର ବ୍ୟୁରୋ): ବିନା ଶୁଳ୍କରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କରିବେ ହ୍ୱିଲ ଚେୟାରରେ ଶ୍ରୀମନ୍ଦିର ବାହାର ବେଢ଼ା ପରିକ୍ରମା । ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକମାନଙ୍କୁ ଶ୍ରୀମନ୍ଦିର ପରିକ୍ରମା କରେଇବା ନେଇ ଆଗେଇ ଆସିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର ଆକ୍ସନ । ୩ ଟି ହ୍ୱିଲ ଚେୟାର ସହ ସହଯୋଗୀଙ୍କୁ ନିୟୋଜିତ କରିଛି ଏହି ସ୍ବେଛାସେବୀ ସଂଗଠନ । ବିନା କୌଣସି ସରକାରୀ ଅନୁଦାନରେ ଏଭଳି ଏକ ପଦକ୍ଷେପ ନେଇଛି ଏହି ଅନୁଷ୍ଠାନର କମିଟି । ସିଂହଦ୍ୱାର ରାଧାବଲ୍ଲଭ ମଠ ନିକଟରେ ଏହି ହ୍ୱିଲ ଚେୟାର ରଖା ଯାଇଛି ।

ବିଭିନ୍ନ ସମୟରେ ବୃଦ୍ଧ ଓ ଭିନ୍ନକ୍ଷମମାନେ ପରିକ୍ରମାରେ ଅସୁବିଧା ଭୋଗୁଥିଲେ । ତେଣୁ ଏ ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରିଛନ୍ତି । ଏଥି ନିମନ୍ତେ ସଂସ୍ଥା ତରଫରୁ ଏକ ନମ୍ବର ମଧ୍ୟ ଯୋଗାଇଦିଆଯାଇଛି । ୯୪୩୯୦୮୩୮୭୮ ନମ୍ବର୍ ରେ ଯୋଗାଯୋଗ କରି ପୁରୀ ସହରର ବରିଷ୍ଠ, ଭିନ୍ନକ୍ଷମଙ୍କ ସହ ବାହାରୁ ଆସୁଥିବା ପର୍ୟ୍ୟଟକମାନେ ମଧ୍ୟ ସୁବିଧା ନେଇପାରିବେ । ସଂସ୍ଥାରେ ଅଧିକାଂଶ ସେବାୟତ ରହିଥିବାବେଳେ ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ଏନେଇ ନିଜ ସଂସ୍ଥା ତରଫରୁ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’