Masthead

ପରୀ ହତ୍ୟା ମାମଲା: ଅଭିଯୁକ୍ତର ସ୍ୱୀକାରୋକ୍ତି

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ନୟାଗଡ ପରୀ ହତ୍ୟାକାଣ୍ଡର ହୋଇଛି ଖୁଲାସା । ଜଷ୍ଟିସ ଜୁଭେନାଇଲ କୋର୍ଟରେ ଏସଆଇଟି ପକ୍ଷରୁ କରାଯାଇଥିଲା ଚାର୍ଜସିଟ ଦାଖଲ । ଚାର୍ଜସିଟ ଅନୁସାରେ ନାବାଳକ ଅଭିଯୁକ୍ତ  ଦୋଷ ସ୍ୱୀକାର କରିଛି। ରିମାଣ୍ଡ ବେଳେ ଅଭିଯୁକ୍ତ କରିଥିବା ଦୋଷ ସ୍ୱୀକାରର ଅଡିଓ ଏବଂ ଭିଡିଓ ଦାଖଲ କରାଯାଇଛି । ନାବାଳିକାକୁ ଦୁର୍ଷ୍କମ କରିବାକୁ କରିଥିଲା ଉଦ୍ୟମ । ମାତ୍ର ସମ୍ଭବ ନହେବାରୁ ତଂଟି ଚିପି କରିଛି ହତ୍ୟା । ପରୀ ସମ୍ପର୍କରେ ତା ମା’ ମୋତେ ପଚାରିଥିଲେ ବି ମୁଁ ଜାଣିନଥିବା କହିଥିଲି । ଏସଆଇଟିର ଚାର୍ଜସିଟରୁ ଏଭଳି ତଥ୍ୟ ଆସିଛି ପଦାକୁ ।

ଅନ୍ୟପଟେ ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୁକ୍ତର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର । ବୁଢି ଅସୁରୁଣିର ଗପ କହିଛନ୍ତି କି ବୋଥ୍ରା । ବୋଥ୍ରାଙ୍କ ଥିଓରୀ ଓ ପ୍ରାକ୍ଟିକାଲର ରହୁନି କୌଣସି ତାଳମେଳ । ପଂଚନାମା ଓ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ପାର୍ଥକ୍ୟ ରହିଛି । ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତ ବୋଲି କହିଛି ଏସଆଇଟି । ସେହିପରି ନାବାଳିକାର ଡେଡବଡି ଡିସପୋଚ ବେଳେ ଦେଖିଛନ୍ତି ଜଣେ ପ୍ରତ୍ୟେକ୍ଷଦର୍ଶୀ ।

ଅପରପକ୍ଷରେ ଜୁଡିସିଆଲ ମାଜିଷ୍ଟେଟଙ୍କ ପାଖରେ ଯଦୁପୁରର ୩ ଜଣ ଦେଇଛନ୍ତି ସାକ୍ଷ୍ୟ ପ୍ରମାଣ । ଯାହାକି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଶବ ବ୍ୟବଚ୍ଛେଦ ଓ ଏଫଏମଟି ରିପୋର୍ଟ ଅନୁସାରେ ହତ୍ୟା ସମ୍ପର୍କ ରହିଛି ସନ୍ଦେହ ଘେରରେ । ଅଭିଯୁକ୍ତ ନାବାଳକ ରହିଛି ଅନୁଗୁଳର ବାଳସୁଧାର ଗୃହରେ । ଆସନ୍ତାକାଲି ଏଲଭିଏ ଟେଷ୍ଟ ପାଇଁ ବାଳ ସୁଧାର ଗୃହରେ କରାଯିବ ହାଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର