Masthead

ଗାଁ ମୁହାଁ ହାତୀ, ବନ ବିଭାଗ ନିଷ୍କ୍ରିୟ

ନରସିଂହପୁର (ବଡ଼ ଖବର ବ୍ୟୁରୋ):  ନରସିଂହପୁରରେ ବ୍ୟାପକ ଜଙ୍ଗଲ ଜଳିଯିବା ପରେ ବନ୍ୟଜନ୍ତୁ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଗୋଟିଏ ଗୋଠ ଛଡ଼ା ଦନ୍ତା ହାତୀ ନରସିଂହପୁର ଉଭୟ ପୂର୍ବ ଓ ପଶ୍ଚିମ ବନ ବିଭାଗ ଅଞ୍ଚଳର ଚାରୋଟି ଗ୍ରାମରେ ପଶି ବିଭିନ୍ନ ଲୋକଙ୍କ ଫାଟକ ଭାଙ୍ଗି ଧାନ, ଚାଉଳ ଖାଇବା ସହ ଗାଁରେ ପଶି ଆତଙ୍କ ସୃଷ୍ଟି କରିଛି। ବଡ଼ମ୍ବା ଟାଉନ୍, ବଡ଼ଗମିଲ, ନରସିଂହପୁର ପୂର୍ବ ବନ ବିଭାଗ ଅଧିନରେ ଥିବା ମହୁରାଖିଆ ହରିଜନ ସାହି, ନନ୍ଦକିଶୋରପୁର, ପଶ୍ଚିମ ବନବିଭାଗ ଅଧୀନରେ ଥିବା ଜନ୍ତାରିଆ, ବଡଭୂଇଁ, ହାତିବାରି,ଘଣ୍ଟପଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା।

ଗାଁରେ ପଶି ଧାନ ଚାଉଳ ନଷ୍ଟ କରିବା ସହ ଆଖୁ ଫସଲ ନଷ୍ଟ କରିଛି ହାତୀ। ସେହିପରି ଜଙ୍ଗଲରେ ପାଣିର ଅଭାବ ସହିତ ନରସିଂହପୁର ପ୍ରାୟ ଜଙ୍ଗଲ ନିଆଁ ଲାଗି ଜଳିଯିବା ଫଳରେ ଜଙ୍ଗଲ ସମ୍ପଦ ନଷ୍ଟ ହୋଇ ଯିବା ପରେ ବନ୍ୟଜନ୍ତୁ ମାନେ ଖାଦ୍ୟ ଅଭାବ ସହିତ ବାସସ୍ଥାନ ହରାଇ ବର୍ତ୍ତମାନ ଗାଁ ମୁହାଁ ହୋଇଛନ୍ତି। ମାତ୍ର ବନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ