Masthead

ପରୀ ହତ୍ୟା ମାମଲା, ହତ୍ୟାକାରୀକୁ ୨୦ ବର୍ଷ ଜେଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିଛି ଚୂଡାନ୍ତ ରାୟ । ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ହତ୍ୟାକାରୀ । ଦଣ୍ଡାଦେଶ ନେଇ ସରକାରୀ ଓକିଲ ଚିତ୍ତରଂଜନ କାନୁନଗୋଙ୍କ ମନ୍ତବ୍ୟ ଦେଇଛନ୍ତି ।

କହିଛନ୍ତି ତଦନ୍ତରେ ଅନେକ ସାଇଣ୍ଟିଫିକ୍‌ ଏଭିଡେନ୍ସ ଦାଖଲ କରାଯାଇଥିଲା ଆଇନ ଅନୁସାରେ ଦୋଷୀକୁ ଦଣ୍ଡଦେବା ସମସ୍ତଙ୍କ ଉଦ୍ଦେଶ୍ୟ ଥିଲା । ଏନେଇ କୋର୍ଟରେ ସମସ୍ତ ପ୍ରକାର ପ୍ରମାଣ, ଯୁକ୍ତି ଉପସ୍ଥାପନ ହୋଇଥିଲା । ଦୋଷୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ୍‌ ହେଲା । ଦୋଷୀ ସାବାଳକ ହୋଇଥିଲେ ତାକୁ ସର୍ବାଧିକ ଦଣ୍ଡ ଫାଶି ମିଳିଥାନ୍ତା ।

ଏବେ ସେ ୨୧ ବର୍ଷ ପର୍ଯ୍ୟନ୍ତ ବାଳ ସୁଧାର ଗୃହରେ ରହିବ । ୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ