Before Header

ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ପଦବୀ ଖାଲି : ପ୍ରୀତିରଞ୍ଜନ ଘଡାଇ

0 1,267

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ପଦବୀ । ୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡ଼ିଛି । ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ସୂଚନା । ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡ଼ିଛି ସର୍ବାଧିକ ୨୬ ହଜାର ୮୧୫ ପଦବୀ ।

ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗରେ ୨୧ ହାଜର ୮୪୪ ପଦବୀ ଖାଲି ପଡ଼ିଛି । ଗୃହ ବିଭାଗରେ ବି ୭ ହାଜର ୩୧୫ ପଦବୀ ଖାଲି ପଡ଼ିଛି । ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫ ହାଜର ୮୯୨ ପଦବୀ ଖାଲି । ଉଚ୍ଚ ଶିକ୍ଷା ବିଭାଗରେ ୩ ହାଜର ୭୭୭ ପଦବୀ ଖାଲି । କୃଷି ବିଭାଗର ୨ ହାଜର ୮୨୧ ପଦବୀ ଖାଲି ପଡ଼ିଥିବା କହିଛିନ୍ତି ପ୍ରୀତିରଞ୍ଜନ ଘଡାଇ ।

Leave A Reply

Your email address will not be published.