Masthead

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ସଂସଦର ମୌସୁମୀ ଅଧିବେଶନ । ବାଚସ୍ପତି ବାଚସ୍ପତି ଓମ ବିର୍ଲା ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଲୋକସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ ଗୃହମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଯାଇ ସରକାରଙ୍କ ତରଫରୁ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅଧିବେଶନ ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିଲା । ୨୨ ଦିନର ଏହି ଅବଧୀ ମଧ୍ୟରେ ମୋଟ ୧୬ଟି ବୈଠକ ଅନୁଷ୍ଠିତ ହୋଇଛି । ହେଲେ ୧୮ ଜୁଲାଇରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ ହେବାର ଥିଲା ।

ମୌସୁମୀ ଅଧିବେଶନରେ ଲୋକସଭାରେ ମୋଟ ୭ ବିଧେୟକ ଓ ରାଜ୍ୟସଭାରେ ୫ଟି ବିଧେୟକ ପାରିତ ହୋଇଛି । ଏହି ଅଧିବେଶନ କାଳରେ ସଂସଦର ଉଭୟ ଗୃହରେ ମୋଟ ୫ଟି ବିଧେୟକ ପାରିତ ହୋଇଛି । ସବୁଠାରୁ ବଡ କଥା ହେଉଛି କି ୨୦୧୮ ପରେ ମୋଦି ସରକାରଙ୍କ ବିରୋଧରେ ଚଳିତ ଅଧିବେଶନରେ ମଣିପୁର ପ୍ରସଙ୍ଗକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହି ଅବିଶ୍ୱାସ ପ୍ରସ୍ତାବ ଉପରେ ବିରୋଧୀ ଦଳର ସାଂସଦ ଓ ସରକାରୀ ଦଳର ସାଂସଦଙ୍କ ମଧ୍ୟରେ ଅନେକ ବିତର୍କ ହୋଇଥିଲା । ଶେଷରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ଏହାପରେ ବାଚନିକ ଭୋଟରେ ଅବିଶ୍ୱାସ ପ୍ରସ୍ତାବ କାଟ୍ ଖାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା