Masthead

ଟାୱାର ଅଛି ହେଲେ ନାହିଁ ନେଟୱର୍କ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ଅନୁଗୋଳ ବ୍ଲକର ବହୁ ଅଞ୍ଚଳରେ ଟାୱାର ବସିଛି ହେଲେ ନାହିଁ ନେଟୱାର୍କ । ଫଳରେ କିଏ ଗଛ ଚଢୁଛି ତ କିଏ ପାହାଡ଼ ଉପରେ ଚଢୁଛି । କେବଳ ଟିକିଏ ନେଟୱାର୍କ ମିଳିଲେ କଥା ହେବେ । ଏଭଳି ଅସୁବିଧା ଦେଖିବାକୁ ମିଳିଛି ଶିଳ୍ପ ବହୁଳ ଜିଲ୍ଲା ଅନୁଗୋଳ ବ୍ଲକର ବିଭିନ୍ନ ଅଞ୍ଚଳରେ । ଗାଁ ରେ ନାହିଁ ନେଟୱାର୍କ। ନେଟୱର୍କ ପାଇଁ ଗଛର ଚଢ଼ିବାକୁ ପଡୁଛି ଗାଁ ର ଲୋକଙ୍କୁ। ନହେଲେ ପାହାଡ଼ ଉପରକୁ ଗଲେ ମିଳିବ ନେଟୱାର୍କ ।

ଏଭଳି ଅନୁଗୋଳ ବ୍ଲକ ବଲଙ୍ଗ, ତଳଶିରା, ଯୁକୁବୁ, ଲବଙ୍ଗୀ, ହିଡିସିଙ୍ଗି, ହିସ୍ରିଡା, ପମ୍ପାସର, ଟାକରସିଂହା, କୁଲାଙ୍ଗି ଭଳି ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଗାଁରେ ଏହି ସମସ୍ୟା ଦେଖା ଦେଇଛି । ଅନୁଗୋଳ ବ୍ଲକ୍ର ଏହି ସବୁ ଗାଁ ଚାରିପାଖେ ଘେରି ରହିଛି ଜଙ୍ଗଲ ପାହାଡ଼ । ଗାଁ କିମ୍ବା ପାଖ ଗାଁରେ ବସିଛି ଟାୱାର । ହେଲେ କାର୍ଯ୍ୟକ୍ଷମ ହୋଇ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ଆଜିର ଦିନରେ ମୋବାଇଲ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇ ସାରିଛି । ହେଲେ ନେଟୱାର୍କ ବିନା ଏହା ଭିଡିଓ ଗେମ ସହ ସମାନ ।

ନେଟୱାର୍କ ନଥିବା ଯୋଗୁଁ ନା ଛାତ୍ରଛାତ୍ରୀମାନେ ଇଣ୍ଟରନେଟରୁ ଜ୍ଞାନ ଅର୍ଜନ କରି ପାରୁଛନ୍ତି ନା ଆପତକାଳୀନ ସେବା ପାଇଁ ଲୋକ ଫୋନ କରି ପାରୁଛନ୍ତି । କେଉଁଠି ଗଛ ଉପରେ ଚଢିଲେ ସେମାନେ ହାତରେ ଫୋନ୍ ଧରି ସଂପର୍କୀୟମାନଙ୍କ ସହ କଥା ହେଉଛନ୍ତି ତ ଆଉ କେଉଁଠି ଉଚ୍ଚ ସ୍ଥାନରେ ବସିଲେ ପିଲାମାନେ ୟୁ ଟ୍ୟୁବ କି ଅନ୍ୟ କୌଣସି ସାଇଟ ଖୋଲି ଜ୍ଞାନ ଆହରଣ କରି ପାରୁଛନ୍ତି । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସବୁଠି ୫ଜି ସେବା ଯୋଗାଇ ଦେଇଥିବା କଥା କହୁଛନ୍ତି । ହେଲେ ଏବେ ବି ଏମିତି ଗାଁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ।

ଏହି ସବୁ ଗାଁରେ ପ୍ରାୟ ୫ ରୁ ୭ ହଜାର ଲୋକ ବାସ କରନ୍ତି । ହେଲେ ମୋବାଇଲ ନେଟୱାର୍କ ନଥିବାରୁ ଲୋକ ଅନେକ ସମସ୍ୟା ଭୋଗୁଥିବା ଲୋକେ କହିଛନ୍ତି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁ ନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ ମଧ୍ୟ କରି ପାରୁ ନାହାନ୍ତି । ଏଥିପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେବା ସହ ତୁରନ୍ତ ଆହୁରି ଟାୱାର ବସାଇବା ସହ ଯେଉଁ ଟାୱାର ଗୁଡିକ ବସିଛି ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ