ହଟିବ ବ୍ରିଟିଶ ଅମଳର IPC ଏବଂ CRPC

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଶୁକ୍ରବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ ହେବାକୁ ଯାଉଛି। ଏ ସମ୍ପର୍କରେ ସରକାର ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଗତ କିଛି ଦଶନ୍ଧି ଧରି ଚାଲିଆସୁଥିବା ଏହି ଆଇନକୁ ନେଇ ଅନେକ ବିବାଦ ଲାଗି ରହିଥିଲା, ଅନେକ ବିରୋଧୀ ଦଳ ଏହାକୁ ରଦ୍ଦ କରିବାକୁ ଦାବି କରିଥିଲେ ଏବଂ ଏହାର ଅପବ୍ୟବହାର ଅଭିଯୋଗ କରିଥିଲେ। ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଭାରତୀୟ ଜଷ୍ଟିସ କୋଡ(ଆଇପିସି) ଏବଂ ଭାରତୀୟ ସିଭିଲ ପ୍ରୋଟେକ୍ସନ କୋଡ(ସିଆରପିସି)କୁ ବଦଳାଇବାକୁ ବିଲ ଉପସ୍ଥାପନା କରିଛନ୍ତି। ଅମିତ ଶାହ କହିଥିଲେ ଯେ, ଆଜି ଲୋକସଭାରେ ମୁଁ ତିନୋଟି ବିଧେୟକ ନେଇ ଆସିଛି । ଯାହା ଭାରତରେ ଦଣ୍ଡ ବିଧାନ ପ୍ରକ୍ରିୟା, କ୍ରିମିନାଲ ଜଷ୍ଟିସ୍ ବ୍ୟବସ୍ଥାକୁ ସୁଧାରିବ ।

ପୂର୍ବରୁ ଥିବା ଭାରତୀୟ ନ୍ୟାୟ ସଂହିତା ଯାହା ୧୮୬୦ ପ୍ରସ୍ତୁତ ହୋଇଥିଲା, ଦ୍ୱିତୀୟ ହେଉଛି କ୍ରିମିନାଲ ପ୍ରୋସିଜିଅର କୋଡ ଯାହା ୧୮୯୮ରେ ପ୍ରସ୍ତୁତ ହୋଇଥିଲା । ଏବଂ ତୃତୀୟ ହେଉଛି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଯାହା ୧୮୭୨ ବ୍ରିଟିଶ ସଂସଦରେ ପାସ୍ ହୋଇଥିଲା । ଏହି ତିନି ଆଇନ୍‌କୁ ଶେଷ କରିବା ପାଇଁ ତିନି ନୂଆ ବିଧେୟକ ଉପସ୍ଥାପନ କରୁଛି । ଏହା ସହିତ ଗୃହମନ୍ତ୍ରୀ କହିଥିଲେ ଯେ, ଏବେ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତା ହେବ ଏବଂ ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ହେବ । ସେହିଭଳି ଏଭିଡେନ୍ସ ଆକ୍ଟ ନାମ ପରିବର୍ତ୍ତନ କରି ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯିବ ଏବଂ ରାଜଦ୍ରୋହ ଆଇନକୁ ଶେଷ କରିବାକୁ ପ୍ରସ୍ତାବ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ