Masthead

ପାଟନା ସିରିଏଲ ବିସ୍ଫୋରଣ, ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାଟନାରେ ହୋଇଥିବା ସିରିଏଲ ବିସ୍ଫୋରଣର ରାୟ ପ୍ରକାଶ ପାଇଛି । ଗାନ୍ଧି ମଇଦାନରେ ଚାଲିଥିବା ମୋଦିଙ୍କ ହୁଙ୍କାର ରାଲିରେ ହୋଇଥିଲା ବିସ୍ଫୋରଣ । ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନଆଇଏର ସ୍ୱତନ୍ତ୍ର ଅଦାଲତ ସୋମବାର ରାୟ ଶୁଣାଇଛନ୍ତି ।

ପାଟନା କୋର୍ଟର ଏହା ଏକ ଐତିହାସିକ ରାୟ ବୋଲି କୁହାଯାଉଛି । ଏନଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଠିକ ୮ ବର୍ଷ ପରେ ଏହି ଘଟଣାର ରାୟ ପ୍ରକାଶ ପାଇଛି । ଏହି ଘଟଣାରେ କୋର୍ଟ ୯ ଜଣଙ୍କୁ ଦୋଷୀ ବୋଲି ରାୟ ଶୁଣାଇଛନ୍ତି । ସେଥିରୁ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିବା ବେଳେ ଆଉ ଦୁଇ ଦୋଷୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି ।

ଅନ୍ୟ ଜଣକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ପାଟନାର ଐତିହାସିକ ଗାନ୍ଧି ମଇଦାନରେ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲି ଚାଲିଥିବା ବେଳେ ସିରିଏଲ ବିସ୍ଫୋରଣ ଘଟିଥିଲା । ପାଟନା ଜଙ୍ଗସନ୍‌ ପ୍ଲାଟ୍‌ଫର୍ମ ନମ୍ବର ୧-ରେ ବି ବିସ୍ଫୋରଣ ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଜଣ ଗୁରୁତର ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ