Masthead

ରୋଗୀଙ୍କୁ ଭୁଲ ସାଲାଇନ, ପରିବାର ଭୟଭୀତ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ। ମେଡିସିନ ୱାର୍ଡରେ ଜଣେ ରୋଗୀକୁ ଭୁଲ ସାଲାଇନ୍ ଦିଆଯାଇଛି । ୪୮ ନମ୍ବର ବେଡର ଖେଡୁ ସାମଲକୁ ୪୯ ନମ୍ୱର୍ ବେଡର ରୋଗୀ ହରି ମହାନନ୍ଦଙ୍କ ସାଲାଇନ ଦିଆଯାଇଛି। ଖେଡୁ ପେଟ ବ୍ୟଥା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ହରି କିଡନୀ ରୋଗରେ ଆକ୍ରାନ୍ତ। ଜଣେ କିଡନୀ ରୋଗୀର ସାଲାଇନ ଦିଆଯାଇଥିବାରୁ ଖେଡୁର ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି।

କାଳେ ପାର୍ଶ୍ଵ ପ୍ରତିକ୍ରିୟାରେ କ’ଣ ହୋଇଯିବ ସେନେଇ ଚିନ୍ତାରେ ପରିବାର। ହେଲେ ନର୍ସର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟୁଛି। ସାଲାଇନରେ ହରି ମହାନନ୍ଦଙ୍କ ନାମ ଲେଖା ହୋଇଥିବାବେଳେ କେମିତି ସେହି ସାଲାଇନ ଖେଡୁକୁ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଘଟଣାକୁ ସ୍ୱୀକାର କରିଛନ୍ତି ଦାୟିତ୍ୱରେ ଥିବା ମେଡ଼ିସିନ୍ ବିଶେଷଜ୍ଞ ସି. ମାରାଣ୍ଡି।

ହେଲେ ଏଭଳି ଭୁଲ ବଡ଼ ମେଡିକାଲରେ ହେବା କଥା ନୁହଁ ବୋଲି କହିଛନ୍ତି ମେଡିସିନ ସ୍ପେଶାଲିଷ୍ଟ୍। ତେଣୁ ଏହାର ତଦନ୍ତ ମେଡିକାଲ ଅଧିକ୍ଷକ କରିବା କଥା ବୋଲି ସେ କହିଛନ୍ତି। ଏବଂ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ଲିଖିତ ଭାବେ ଜଣାଇବାକୁ କହିଛନ୍ତି ଡାକ୍ତର ମାରାଣ୍ଡି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା