Before Header

ସୁନାବେଶରେ କି କି ଅଳଙ୍କାର ପିନ୍ଧିଥାଆନ୍ତି ତିନି ଠାକୁର

0 27

ପୁରୀ(ବଡ଼ ଖବର ବ୍ୟୁରୋ): ସୁନାବେଶରେ ଠାକୁର ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହଣ ମହଣ ସୁନା ଠାକୁରଙ୍କୁ ଲାଗି ହୋଇଥାଏ । ତେବେ ଏତେ ପରିମାଣର ସୁନା କେଉଁଠି ଥାଏ । ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଗଚ୍ଛିତ ରହିଛି ଏହି ସବୁ ଅଳଙ୍କାର । ଭିତର ରତ୍ନ ଭଣ୍ଡାରରେ ଏହି ସବୁ ଅଳଙ୍କାର ଗଚ୍ଛିତ ଥାଏ । ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇର୍ସ ଅନୁଯାୟୀ ଭଣ୍ଡାରରେ ୧୨୦ ତେ।।ର ତିନୋଟି ହାର ରହିଛି । ପ୍ରତ୍ୟେକ ତୋଳାର ଓଜନ ୧୧. ୩୩୯୮୦ ଗ୍ରାମ ସହିତ ସମାନ । ଜଗନ୍ନାଥ ଏବଂ ବଳଭଦ୍ରଙ୍କର ସୁନାର ନିର୍ମିତ ୧୫୦ଟି ସାମଗ୍ରୀ ରହିଛି । ଜଗନ୍ନାଥ, ବଳଭଦ୍ର ହାତ ଏବଂ ପାଦରେ ଯେଉଁ ସ୍ୱର୍ଣ୍ଣ ପରିଧାନ କରନ୍ତି ତାହା ଯଥାକ୍ରମେ ୮୧୮ ତୋଳ।। ଏବଂ ୭୧୦ ତୋଳା । ସେହିଭଳି ତିନିଠାକୁରଙ୍କ ମୁକୁଟ ଯଥାକ୍ରମେ ୬୧୦, ୪୩୪ ଏବଂ ୨୭୪ ତୋଳା । ଏସବୁ ଅଳଙ୍କାରର ଦାମ କୋଟି କୋଟି ଟଙ୍କା ହେବ । ଏହି ଅଳଙ୍କାରର ସୁରକ୍ଷା ଦାୟିତ୍ୱ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଉପରେ ରହିଛି ।

ଯେତେବେଳେ ରଥରେ ଦେବତାଙ୍କୁ ସ୍ୱର୍ଣ୍ଣ ଲାଗି ପାଇଁ ଅଣାଯାଇଥାଏ ସେତେବେଳେ ସଶସ୍ତ୍ର ପୋଲିସ ସର୍ବନିମ୍ନ ୨୫ ଜଣ ଏହି ଅଳଙ୍କାର ସହିତ ଯାଇଥାନ୍ତି । କେବଳ ସେବକଙ୍କୁ ଛାଡି ସୁରକ୍ଷା ଦୃଷ୍ଟିରୁ ଅନ୍ୟକାହାକୁ ରଥ ପାଖକୁ ଛଡାଯାଇଥାଏ । ଏକ ନିର୍ଦ୍ଧିଷ୍ଟ ଦୂରତାରୁ ଭକ୍ତ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ମନ୍ଦିରର ରେକର୍ଡ ଅନୁଯାୟୀ ଭଗବାନଙ୍କୁ ମୋଟ ୨୦୮ କିଲୋରୁ ଅଧିକ ଓଜନର ସୁନା ଲାଗି ହୋଇଥାଏ ଏଥିରେ ୧୩୮ ପ୍ରକାରର ଡିଜାଇନ ଥାଏ । ତେବେ ବର୍ତ୍ତମାନ କେବଳ ୨୦ରୁ ୩୦ ଡିଜାଇନର ସୁନା ଅଳଙ୍କାର ବ୍ୟବହାର ହେଉଛି । ମହାବାହୁଙ୍କୁ ସଜାଇବା ପାଇଁ ବ୍ୟବହୃତ ହେଉଥିବୂା ଡିଜାଇନ ଗୁଡ଼ିକ ହେଉଛି ହସ୍ତା, ପୟର, ମୁକୁଟ, ମୟୂରଚନ୍ଦ୍ରିକା, ଚୁଲାପାଟୀ, କୁଣ୍ଡଳ, ରାହୁରେଖା ଏଭଳି ଅନେକ ଅଳଙ୍କାର ଲାଗି ହୋଇଥାଏ ।
ଶ୍ରୀଜଗନ୍ନାଥଙ୍କ ଅଳଙ୍କାର:
ତେବେ ମହାପ୍ରଭୁଙ୍କ ଅଳଙ୍କାର ଗୁଡ଼ିକ ହେଉଛି, କିରିଟି, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।
ବଡ଼ ଠାକୁର ବଳଭଦ୍ରଙ୍କ ଅଳଙ୍କାର:
ବଳଭଦ୍ରଙ୍କ ଅଳଙ୍କାର ମଧ୍ୟରେ ରହିଛି, କିରିଟି, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ. ଓଢ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।
ମା’ ସୁଭଦ୍ରାଙ୍କ ଅଳଙ୍କାର:
ମା ସୁଭଦ୍ରାଙ୍କ ଅଳଙ୍କାର ମଧ୍ୟରେ ଥାଏ, କିରିଟ, ଓଢ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ୨ଟି ତଗଡ଼ି ।
ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଶ୍ରୀବଳଭଦ ଓ ମା ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ନନ୍ଦିଘୋଷ, ତାଳଧ୍ୟଜ ଓ ଦର୍ପଦଳନରେ ଶ୍ରୀବିଗ୍ରହଙ୍କୁ ସୁନାବେଶ କରାଇବାର ପରମ୍ପରା ରହି ଆସିଛି । କୁହାଯାଏ ଯେ, ଅନେକ ବର୍ଷ ପୁର୍ବରୁ ୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା । କିନ୍ତୁ ସମୟ କ୍ରମେ ଏଥିରେ ପରିବର୍ତ୍ତନ ଆସିଛି ।

ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ନେଇ ସବୁବେଳେ ଲୋକଙ୍କ ମଧ୍ୟରେ ଗୋଟିଏ ଉତ୍ସାହ ରହିଥାଏ । ମହଣ ମହଣ ସୁନାକୁ ରତ୍ନଭଣ୍ଡାରରେ ରଖାଯାଇଥାଏ । ରତ୍ନ ଭଣ୍ଡାରରେ ସର୍ପମାନେ ସମସ୍ତ ଅଳଙ୍କାରକୁ ଜଗିଥାନ୍ତ । ଯାହାକୁ ନେଇ ଉତ୍ସାହ ଭିତରେ ମହାପ୍ରଭୁଙ୍କ ସୁନାବେଶର ନୀତି ଶେଷ ହୋଇଥାଏ । ମହାପ୍ରଭୁଙ୍କ ହାତ ଓ ପାଦ ଅଧାଗଢ଼ା ଅଦୃଶ୍ୟ । କିନ୍ତୁ ସୁନାବେଶରେ ମହାପ୍ରଭୁଙ୍କ ହାତ ପାଦ ଦର୍ଶନ କରିବାର ସୌଭାଗ୍ୟ ମିଳେ ।

ପ୍ରଭୁ ନିରାକାର । ତାଙ୍କର ପାଦ, ହସ୍ତ, ଅଙ୍ଗୁଳି ନଥାଏ । କିନ୍ତୁ ସୁନାବେଶ ସମୟରେ ମହାପ୍ରଭୁଙ୍କ ଠାରେ ସୁନାର ହାତ ଓ ପାଦ ଓ ଅଙ୍ଗୁଳି ଦେଖିବାକୁ ମିଳେ । କିନ୍ତୁ ଏହି ସୁନାବେଶ ସମୟରେ ମହାପ୍ରଭୁଙ୍କଠାରେ ସୁନାର ହାତ, ପାଦ, ଅଙ୍ଗୁଳି ଦେଖିବାକୁ ମିଳେ । ସୁଭଦ୍ରାଙ୍କ କାନ ଅଦୃଶ୍ୟ ଥିଲେ ମଧ୍ୟ ଏହି ସୁନାବେଶରେ ଦେବୀଙ୍କ ଠାରେ ସୁନା କାନ ଲାଗେ । ଏବଂ ଏଥିରେ କୁଣ୍ଡଳ ଶୋଭା ପାଏ । ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥ ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ଅଳଙ୍କାର ପରିଧାନ କରନ୍ତି । ଏତେବଡ଼ ଅଳଙ୍କାର ବିଶ୍ୱରେ କେବଳ ଚତୁର୍ଦ୍ଧା ମୂର୍ତ୍ତି ହିଁ ପରିଧାନ କରିଥାନ୍ତି ।

Leave A Reply

Your email address will not be published.