Before Header

ପୁଣି ହୋଇପାରେ କୃଷକ ଆନ୍ଦୋଳନ!

0 37

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ ହେବ କୃଷକ ଆନ୍ଦୋଳନ । ମାର୍ଚ୍ଚ ୨୦ ରେ ପାର୍ଲାମେଣ୍ଟ ବାହାରେ ହେବ କୃଷକ ମହାପଞ୍ଚାୟତ । ଯାହାକୁ ନେଇ ଗୁରୁବାର କୃଷକ ସଙ୍ଗଠନ ମିଳିତ କୃଷକ ମୋର୍ଚ୍ଚାର ଏକ ବୈଠକ ହୋଇଥିଲା । ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା । । ମିଳିତ କୃଷକ ମୋର୍ଚ୍ଚା କହିଛି ଯେ ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ଆଇନ ଗ୍ୟାରେଣ୍ଟି ଦାବି କରି ୨୦ ମାର୍ଚ୍ଚରେ ପାର୍ଲାମେଣ୍ଟ ବାହାରେ ‘କୃଷକ ମହାପଞ୍ଚାୟତ’ ଆୟୋଜନ କରିବ ।

କିଛି କୃଷକ ସଙ୍ଗଠନ ଯୁଦ୍ଧବୀର ସିଂହ, ରାଜା ରାମ ସିଂହ ଓ ଡା. ସୁନିଲଙ୍କ ନେତୃତ୍ୱରେ ଏକ ବୈଠକରେ ସାମିଲ ହୋଇ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ । କୃଷକ ଆଇନ ବିରୋଧରେ ପ୍ରଦର୍ଶନର ନେତୃତ୍ୱ କରୁଥିବା କୃଷକ ସଙ୍ଗଠନ ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ଆଇନର ଗ୍ୟାରେଣ୍ଟି ଦେବାକୁ ଦାବି କରି ଆସୁଛି । କୃଷକ ମୋର୍ଚ୍ଚାର ବୈଠକରେ ସାଧାରଣ ବଜେଟର ଆଲୋଚନା କରି ଏହାକୁ ‘କୃଷକ ବିରୋଧି’ କୁହାଯାଇଛି । ଏହାସହ ସଙ୍ଗଠନ କେନ୍ଦ୍ର ସରକାରଙ୍କ ଉପରେ ଆହୁରି କିଛି ଅଭିଯୋଗ ଆଣିଛି ।

Leave A Reply

Your email address will not be published.