ମୁସଲମାନ ଧର୍ମ ଛାଡ଼ି ହିନ୍ଦୁ ହେବେ ସୁକର୍ଣ୍ଣୋଙ୍କ ଝିଅ

ଇଣ୍ଡୋନେସିଆ (ବଡ଼ ଖବର ବ୍ୟୁରୋ): ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋ ଇସଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୬ ରେ, ସେ ଏକ ପୂଜାରେ ସାମିଲ ହେବେ ଓ ଏହା ସହିତ ହିନ୍ଦୁ ଧର୍ମ ଗ୍ରହଣ କରିବେ । ସିଏନ୍ଏନ୍ ଇଣ୍ଡୋନେସିଆର ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମ ମଙ୍ଗଳବାର ସୁକର୍ଣ୍ଣୋ ହେରିଟେଜ୍ ଏରିଆରେ ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କର ତୃତୀୟ ଝିଅ ସୁକମାବତୀ । ପୂର୍ବତନ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣୋପୁତ୍ରୀଙ୍କ ସାନ ଭଉଣୀ ।

୭୦ ବର୍ଷୀୟ ସୁକମାବତୀ ସୁକର୍ଣ୍ଣୋପୁତ୍ରୀ ଇଣ୍ଡୋନେସିଆରେ ରୁହନ୍ତି । ୨୦୧୮ ରେ କଠୋରପନ୍ଥୀ ଇସଲାମ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ଇସଲାମକୁ ଅପମାନ କରିଥିବାର ଅଭିଯୋଗ ଆଣିଥିଲେ । ଏହା ଘଟଣା ପରେ ସେ କ୍ଷମା ମଧ୍ୟ ମାଗିଥିଲେ । ଏହା ପରେ ବି ବିବାଦ ଥମି ନଥିଲା ଏବଂ କ୍ରମାଗତ ଭାବେ ତାଙ୍କୁ ସମାଲୋଚନା କରାଯାଉଥିଲା । ସୁକମାବତୀଙ୍କ ଜେଜେମାଆଙ୍କ ଧର୍ମ ଯୋଗୁ ସେ ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ହୋଇଛନ୍ତି । ହିନ୍ଦୁ ଧର୍ମଶାସ୍ତ୍ରକୁ ସେ ଭଲ ଭାବେ ଅଧ୍ୟାୟନ କରିଥିବା ସୁକୁମାବତୀଙ୍କ ଓକିଲୋ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’