Masthead

ବଜାରରୁ ଗାଏବ ହେଲା ଆଳୁ: କେଉଁଠି କେଜି ୫୦ ତ କେଉଁଠି ୬୦, ଲୋକେ ଖାଇବେ କ’ଣ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଜାରରୁ ଗାଏବ ହେଲା ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ପଶ୍ଚିମଓଡ଼ିଶାରୁ ଆଳୁ ଓଡ଼ିଶାକୁ ଆସିବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଫଳରେ ହାଣ୍ଡିସାଳରେ ପ୍ରଭାବ ପଡିଛି । ପ୍ରତିଦିନ ରୋଷେଇ ଘରେ ଦରକାର ପଡ଼ିଥାଏ ଆଳୁ। ଏହି ଆଳୁକୁ ନେଇ ସାରା ଓଡ଼ିଶାରେ ଝଡ଼। କାରଣ କି ଗରିବ କି ଧନୀ ସମସ୍ତଙ୍କୁ ଖାଦ୍ୟରେ ପ୍ରାୟ ଖୋଜାପଡ଼େ, ଆଳୁ। ଏହାର ଅଭାବ କାରଣରୁ ଦାମ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ୧ ନମ୍ବର ହାଟରେ ଆଳୁ ଦରର ରିଏଲିଟି ଚେକ କରାଯାଇଛି। ପଶ୍ଚିମବଙ୍ଗର ଲକ୍ଷ୍ମଣନାଥ ଟୋଲ ଗେଟରେ ଅଟକି ରହିଥିବା ଟ୍ରକ ଭୁବନେଶ୍ୱର ବଜାରରେ ପହଞ୍ଚିଛି। କିନ୍ତୁ ଆଳୁ ଦରରେ ଆଖି ଦୃଶିଆ ପରିବର୍ତ୍ତନ ଦେଖାଯାଇନି। ବରଂ ଚଢା ଦରରେ ବିକ୍ରି ହେଉଛି ଆଳୁ।

ସୂଚନା ଅନୁସାରେ ଯେଉଁ କିଛି ସ୍ଥାନରେ ବ୍ୟବସାୟୀ ଆଳୁ ରଖିଛନ୍ତି, ସେମାନେ ଚଢ଼ା ଦରରେ କିଣି ୩୨ଟଙ୍କାରେ କେମିତି ବିକ୍ରି କରିବେ ବୋଲି ଭାବି ଦୋକାନ ବନ୍ଦ କରି ଦେଇଛନ୍ତି। ଫଳରେ ଆଳୁ ବଜାରରୁ ଉଭାନ୍ ହୋଇ ଗଲାଣି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ବଜାରରେ ଆଳୁ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ତେବେ ଏନେଇ ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡ଼ିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଳୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କାକୁ ବଢି ଯାଇଛି । ଯଦିଓ ସରକାର କହୁଛନ୍ତି ୭ ଦିନ ପାଇଁ ଆଳୁ ଗଚ୍ଛିତ ଅଛି, ହେଲେ ସବୁଠି ସ୍ଥିତି ସଂଗୀନ । କାହିଁକି ନା ଯେଉଁଠି ଦିନକୁ ୬ ରୁ ୭ ଆଳୁ ବୋଝେଇ ଗାଡି ଲାଗୁଥିଲା ଆଜି ସେଠି ଜମା ଗାଡି ନାହିଁ । ତେଣୁ ବ୍ୟବସାୟୀ ବି କହୁଛନ୍ତି ସେମାନେ ୪୦ରେ କିଣୁଛନ୍ତି. ଯେଉଁଥି ପାଇଁ ୪୫ ରୁ ଅଧିକ ଦାମରେ ବିକିବାକୁ ସେମାନେ ବାଧ୍ୟ ହେଉଛନ୍ତି ।

ଅନ୍ୟପଟେ ଆଳୁ ମୂଲ୍ୟ ବୃଦ୍ଧି ପରେ ଆକସନ ମୋଡରେ ଆସିଥିବା ରାଜ୍ୟ ସରକାର ଗୋଦାମରେ ଚଢଉ କରିବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ତାସହ ୟୁପିରୁ ଆଳୁ ଆଣିବାକୁ ଯୋଜନା ଥିବା କହିଛନ୍ତି ମନ୍ତ୍ରୀ । ସେ ଗତକାଲି ଭୁବନେଶ୍ୱର ଆଇଗଣିଆ ସ୍ଥିତ ଆଳୁ ଗୋଦାମ ଗୁଡିକୁ ବୁଲି ଦେଖିଥିଲେ । ମାର୍କେଟ ସ୍ଥିତି ଅନୁଧ୍ୟାନ କରି ମନ୍ତ୍ରୀ କହିଥିଲେ ଗୋଦାମରେ ଆଳୁ କେଜି ୨୭ ଟଙ୍କା ଅଛି । ଖୁଚୁରା ବ୍ୟବସାୟୀ ସର୍ବାଧିକ ୩୨ ଟଙ୍କାରେ ବିକ୍ରି କରିବେ । ଏହାଠାରୁ ଅଧିକ ଦରରେ ବିକ୍ରି କଲେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗ ସରକାର ଗାଡି ଫେରାଇବା ନିଷ୍ପତ୍ତିକୁ ଦୁର୍ଭାଗ୍ୟ ଜନକ କହିବା ସହ ଏନେଇ ମମତା ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଆଳୁ ଅଭାବକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ମମତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା