Before Header

ଅବକାରୀ ବିଭାଗର କଳା ସାମ୍ରାଜ୍ୟ, ବଡ଼ ଖବର EXCLUSIVE

0 202

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): କଳା ସାମ୍ରାଜ୍ୟର ବଡ଼ ଖୁଲାସା । ବଡ଼ ଖବରରେ ମହିଳା କନେଷ୍ଟବଳଙ୍କ ଲୋମଟାଙ୍କୁରା ବୟାନ । ପଶୁ ଭଳି ପିଟୁଥିଲେ ଅବକାରୀ କନେଷ୍ଟବଳ ସ୍ୱାମୀ । ରାୟଗଡା ଅବକାରୀ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କ ଘରେ ପହଂଚୁଥିଲା ପୁଳା ପୁଳା ନିଶା ସମାଗ୍ରୀ । ଦୁର୍ନୀତିକୁ ବିରୋଧ କରିବାରୁ ଦେଉଥିଲେ ଅକଥନୀୟ ନିର୍ଯ୍ୟାତନା । କଳା ସାମ୍ରାଜ୍ୟର ମହାଖୁଲାସା । ଉପରତଳ ସବୁ ସାମିଲ । ବଡ଼ ଖବରର ଏକ୍ସକ୍ଲୁସିଭ ରିପୋର୍ଟ ।

କନେଷ୍ଟବଳରୁ ସାଂସଦ, ମନ୍ତ୍ରୀ । ସମସ୍ତେ ବୁଡ଼ ପକାଇଛନ୍ତି ଦୁର୍ନୀତି ବୈତରଣୀରେ । ରାୟଗଡାରେ ଚୋରା ଅବକାରୀ କାରବାର କରୁଛି ଅବକାରୀ ବିଭାଗ । ମାଷ୍ଟର ମାଇଣ୍ଡ କନେଷ୍ଟବଳ । ବଡ଼ ଖବରର ଆଗରେ ମୁହଁ ଖୋଲିଛନ୍ତି ଅବକାରୀ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କ ପତ୍ନୀ ମହିଳା କନେଷ୍ଟବଳ ପ୍ରଜ୍ଞା ପରିମିତା ଗରାବଡୁ । ରାୟଗଡା ଅବକାରୀ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କ ଘରେ ପହଂଚୁଥିଲା ପୁଳା ପୁଳା ନିଶା ସମାଗ୍ରୀ । ତାକୁ ପ୍ୟାକିଂ କରି କରାଯାଉଛି ସପ୍ଲାଏ । ଚୋରା ନିଶା ଗାଡ଼ି ସହର ପାର କରେଇବାକୁ ରାତି ଅଧରେ ହେଉଛି ଡିଲ । ସୁପରିଟେଣ୍ଡେଣ୍ଟଙ୍କ ସହ ଭାୟ କନେଷ୍ଟବଳ । ଫାଇନାଲ ହେଉଛି ଟଙ୍କା । ଏସିବୁ ଦେଖି ସ୍ତବ୍ଧ ହୋଇଗଲେ ପ୍ରଜ୍ଞା । କଲେ ପ୍ରତିବାଦ । ଆଉ ତାପରେ ଯାହା ହେଲା ଆପଣ ଶୁଣିଲେ ଲୋକ ଟଙ୍କାରୁ ଉଠିବ ।

ପ୍ରଜ୍ଞା ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଏସପି, ଥାନା ଅଧିକାରୀ, ଏପରିକି ବିଭାଗ କମିଶନର ପର୍ଯ୍ୟନ୍ତ ନେହୁରା ହେବାପରେ ମଧ୍ୟ କୌଣସି ବାଟ ପାଇନାହାନ୍ତି ମହିଳା କନେଷ୍ଟବଳ । କର୍ତ୍ତବ୍ୟ ଓ ନିଷ୍ଠା ପ୍ରତି ଶପଥ ନେଇଥିବା ମହିଳା କନେଷ୍ଟବଳ ସୁଶାନ୍ତଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଛନ୍ତି । ରାତି ଅନ୍ଧାରରେ ଗଞ୍ଜେଇଗାଡିକୁ ରାୟଗଡା ସୀମା ପାର କରାଯାଉଥିଲା । କେଉଁଠିକୁ ଯିବ, କେମିତି ଯିବ ପୁରା ଡିଲ କରୁଥିଲେ ସୁଶାନ୍ତ ।

ସୁଶାନ୍ତଙ୍କ ୨୦ ପ୍ରତିଶତ ଆଉ ସୁପରିଟେଣ୍ଡେଣ୍ଟକୁ ୮୦ ପ୍ରତିଶତର ଭାଗବଣ୍ଟା ହୁଏ । ଆଉ ଏହି ଟଙ୍କା ବଳରେ ଚାଲେ ବେଆଇନ କାର୍ଯ୍ୟ । ପୁରା ଦୁର୍ନୀତିରେ ମନ୍ତ୍ରୀ, ସାଂସଦଙ୍କ ହାତ ଥିବା ମଧ୍ୟ କହିଛନ୍ତି ପ୍ରଜ୍ଞା । ଆଶା ଥିଲା ବିବାହ ପରେ ଘର ସଂସାର କରିବେ । ହେଲେ ଏତେ ବଡ଼ କଳା ବାଦଲ ଘୋଟି ଆସିବ, କେବେ ଜାଣିନଥିଲେ ପ୍ରଜ୍ଞା । ନ୍ୟାୟ ଅପେକ୍ଷାରେ ମହିଳା କନେଷ୍ଟବଳ ବଳ । ଆଶା ରଖିଛନ୍ତି ଯେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ହାତ ଯୋଡି କହିଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିବ ।

Leave A Reply

Your email address will not be published.