Masthead

ଉତ୍ତରାଖଣ୍ଡ ହିମସ୍ଖଳନ: ଓଡ଼ିଶାରୁ ଜଣେ ନିଖୋଜ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଦେବଭୂମିରେ ତାଣ୍ଡବ ରଚିଛି ଭୟଙ୍କର ହିମସ୍ଖଳନ । ଆଜି ୩ୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ହୋଇଯାଇଛନ୍ତି ଜଣେ ଓଡ଼ିଆ ଯୁବକ । ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ସେଠାରେ ନିେଖୋଜ ହୋଇଯାଇଥିବା ସୂଚନା ମିଳୁଛି । ବାଂଶଡ଼ା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାାଁର ରବି ଦାସଙ୍କ ପୁଅ ନୁଗାର୍ଜୁନ ଦାସଙ୍କ ପତା ମିଳୁନି ।

ଉତ୍ତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖରୁ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ । ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନରେ ସ୍ୱାମୀଙ୍କ ଯୋଗାଯୋଗ କରି ନିରାଶ ହେବା ପରେ ତପୋବନର ରେଣୀ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ନନ୍ଦାଦେବୀରେ ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସିଯାଇଥିବା ବେଳେ ଏହି ସଡ଼ିଆ ଯୁବକଙ୍କ କୌଣସି ପତା ମିଳୁନି । ସେପଟେ ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପତ୍ନୀ, ୨ ମାସର ଶିଶୁ ପୁତ୍ର, ବାପା ଓ ମା’ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା