Masthead

ଏକାଠି ହେଲେ ପାଇଲଟ ଓ ଗେହଲଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ପାର୍ଟି ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଥିବା ବିବାଦକୁ ଶେଷ କରିବା ପ୍ରତି ଧ୍ୟନ ଦେଉଛି । ରାଜସ୍ଥାନରେ ଏହି ବର୍ଷର ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଅଛି ଓ ପାର୍ଟି ଚାହୁଁ ନାହିଁ କି ଏହି ଦୁଇଜଣଙ୍କ ମତଭେଦ ର ପ୍ରଭାବ ନିର୍ବାଚନ ଉପରେ ପଡୁ । ସୋମବାର ପୁଣି ଥରେ ପାର୍ଟିମୁଖ୍ୟଙ୍କ ତରଫରୁ ନେତାଙ୍କ ମଧ୍ୟରେ ସମ୍ପର୍କ ଠିକ କରିବା ପାଇଁ ପ୍ରୟାସ କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ପ୍ରୟାସ ଅନେକ ଥର ହୋଇଛି କିନ୍ତୁ କିଛି ଲାଭ ମିଳିପାରି ନଥିଲା ।

କଂଗ୍ରେସ ଅଧକ୍ଷ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ସୋମବାର ରାଜସ୍ଥାନର ସିଏମ ଅଶୋକ ଗେହଲଟ ଓ ପାର୍ଟି ନେତା ସଚିନ ପାଇଲଟଙ୍କ ସାଥିରେ ବୈଠକ କରିଥିଲେ, ଯାହା ପରେ ପାର୍ଟି ଫଇସଲା କରିଥିଲା ଅଶୋକ ଗେହଲଟ ଓ ସଚିନ ପାଇଟଲ ଦୁହେଁ ଏକାଠିି ବିଜେପି ବିରୁଦ୍ଧରେ ନିର୍ବାଚନ ଲଢିବେ । ବୈଠକରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଓ ରାଜସ୍ଥାନ କଂଗ୍ରେସ ଇଂଚାର୍ଜ ସୁଖୱିନ୍ଦର ସିଂହ ରଂଧାୱା ମଧ୍ୟ ଥିଲେ । କଂଗ୍ରେସ ଅଧକ୍ଷ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବାସଭବନରେ ବୈଠକ ପରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ , ଗେହଲଟ ଓ ପାଇଲଟଙ୍କ ଉପସ୍ଥିତିରେ କହିଛନ୍ତି । ରାଜସ୍ଥାନର ଆଗାମୀ ବିଧାନସଭା ନିର୍ବାଚନପାଇଁ କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ସହିତ ୪ ଘଣ୍ଟା ଲମ୍ବା ଆଲୋଚନା କରି ଦୁଇ ନେତା ସ୍ଥିର କରିଛନ୍ତି ସେମାନେ ଏକାଠି ନିର୍ବାଚନ ଲଢିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ