Masthead

ଏକାଠି ହେଲେ ପାଇଲଟ ଓ ଗେହଲଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ପାର୍ଟି ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଥିବା ବିବାଦକୁ ଶେଷ କରିବା ପ୍ରତି ଧ୍ୟନ ଦେଉଛି । ରାଜସ୍ଥାନରେ ଏହି ବର୍ଷର ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଅଛି ଓ ପାର୍ଟି ଚାହୁଁ ନାହିଁ କି ଏହି ଦୁଇଜଣଙ୍କ ମତଭେଦ ର ପ୍ରଭାବ ନିର୍ବାଚନ ଉପରେ ପଡୁ । ସୋମବାର ପୁଣି ଥରେ ପାର୍ଟିମୁଖ୍ୟଙ୍କ ତରଫରୁ ନେତାଙ୍କ ମଧ୍ୟରେ ସମ୍ପର୍କ ଠିକ କରିବା ପାଇଁ ପ୍ରୟାସ କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ପ୍ରୟାସ ଅନେକ ଥର ହୋଇଛି କିନ୍ତୁ କିଛି ଲାଭ ମିଳିପାରି ନଥିଲା ।

କଂଗ୍ରେସ ଅଧକ୍ଷ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ସୋମବାର ରାଜସ୍ଥାନର ସିଏମ ଅଶୋକ ଗେହଲଟ ଓ ପାର୍ଟି ନେତା ସଚିନ ପାଇଲଟଙ୍କ ସାଥିରେ ବୈଠକ କରିଥିଲେ, ଯାହା ପରେ ପାର୍ଟି ଫଇସଲା କରିଥିଲା ଅଶୋକ ଗେହଲଟ ଓ ସଚିନ ପାଇଟଲ ଦୁହେଁ ଏକାଠିି ବିଜେପି ବିରୁଦ୍ଧରେ ନିର୍ବାଚନ ଲଢିବେ । ବୈଠକରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଓ ରାଜସ୍ଥାନ କଂଗ୍ରେସ ଇଂଚାର୍ଜ ସୁଖୱିନ୍ଦର ସିଂହ ରଂଧାୱା ମଧ୍ୟ ଥିଲେ । କଂଗ୍ରେସ ଅଧକ୍ଷ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବାସଭବନରେ ବୈଠକ ପରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ , ଗେହଲଟ ଓ ପାଇଲଟଙ୍କ ଉପସ୍ଥିତିରେ କହିଛନ୍ତି । ରାଜସ୍ଥାନର ଆଗାମୀ ବିଧାନସଭା ନିର୍ବାଚନପାଇଁ କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ସହିତ ୪ ଘଣ୍ଟା ଲମ୍ବା ଆଲୋଚନା କରି ଦୁଇ ନେତା ସ୍ଥିର କରିଛନ୍ତି ସେମାନେ ଏକାଠି ନିର୍ବାଚନ ଲଢିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା