Before Header

ବାଲିଗୁଡ଼ାରେ ବାଘ ଆତଙ୍କ

0 111

ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): ବାଲିଗୁଡାରେ ବାଘ ଆତଙ୍କ । ସହରର ବଡ଼ଗାଁ ନିକଟ ଖଡଗ ନଦୀ କୂଳରେ ଥିବା ପମ୍ପ ହାଉସରେ ଗତକାଲି ରାତିରେ ବାଘ ଗର୍ଜନ କରୁଥିବା କର୍ମଚାରୀ କହିଛନ୍ତି । ପମ୍ପ ହାଉସ କର୍ମଚାରୀ ପମ୍ପ ହାଉସର ମଟର ଚଳାଇବା ପାଇଁ ଯାଉଥିବା ସମୟରେ ବାଘ ଗର୍ଜନ ଶୁଣିଥିଲେ ।

ପରେ ବାଘ ଦୁଇଟି ସେମାନଙ୍କ ନିକଟକୁ ଦୌଡ଼ି ଆସିବା ପରେ କର୍ମଚାରୀ ପମ୍ପ ହାଉସ ଘର ଭିତରକୁ ଆସି ଜୀବନ ବଞ୍ଚାଇଥିଲେ । କର୍ମଚାରୀ ବନ ବିଭାଗକୁ ଖବର ଦେବା ପରେ ବନ ଅଧିକାରୀ ଆସି ବାଘ ଚିହ୍ନ ସଂଗ୍ରହ କରିଥିଲେ । ଏହି ଘଟଣା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ପମ୍ପ ହାଉସ କର୍ମଚାରୀ ପୁରା ଭୟଭୀତ ହୋଇପଡିଛନ୍ତି ।

Leave A Reply

Your email address will not be published.