Masthead

ଜୀବନ ଯୁଦ୍ଧରେ ହାରିଗଲେ ପିଣ୍ଟୁ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଅଲବମ୍ ଗୀତ ‘ସଜେଇଲୁ ଜୁଇ ମୋର ପୁଣି ଆଉ ଥରେ’ରେ ଜୀବନ୍ତ ଅଭିନୟ କରିଥିବା ପିଣ୍ଟୁ ନନ୍ଦଙ୍କ ପାଇଁ ରିୟଲ ଲାଇଫରେ ପ୍ରସ୍ତୁତ ହୋଇଛି ଜୁଇି । ଜୀବନ ଯୁଦ୍ଧରେ ସେ ହାରିଯାଇଛନ୍ତି । ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗ ଓଡ଼ିଶା ସିନେ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି । ପୁଣି ଜଣେ ଲୋକପ୍ରିୟ କଳାକାରଙ୍କୁ ହରାଇଛି ଓଲିଉଡ୍‌ । ସେ ଦୀର୍ଘ ମାସ ଧରି ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର, ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ ।

ସେଥିଲାଗି ପୂରା ଓଲିଉଡ୍ ଜଗତ ସହ ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ । ତାଙ୍କ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରାଯାଇ ସାହାଯ୍ୟ କରାଯାଇଥିଲା। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ସବୁଦିନ ପାଇଁ ଆଖିବୁଜି ଦେଲେ । ସମସ୍ତଙ୍କୁ ଛାଡି ପରପାରୀକୁ ଚାଲିଗଲେ ଓଲିଉଡ୍‌ର ଲୋକପ୍ରିୟ ଏହି ଅଭିନେତା । ପିଣ୍ଟୁ ନନ୍ଦ ୧୯୭୮ରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ସେ ବହୁ ବର୍ଷ ହେବ ଓଡିଆ ଆଲବମ୍ ଓ ସିନେମା ଜଗତରେ ସକ୍ରିୟ ରହିଆସିଥିଲେ । ପିଣ୍ଟୁ ନନ୍ଦଙ୍କୁ ଦର୍ଶକ କେତେବେଳେ ଖଳନାୟକ, କେତେବେଳେ ସହନାୟକ ତ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ସେଥିମଧ୍ୟରୁ ତାଙ୍କ ଅଭିନୀତ ଆଲବମ୍ ‘ଏ ଗଉରା’ ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।

ସିନେ ପରଦାକୁ ଆସି ସେ ଓଡ଼ିଆ ଦର୍ଶକଙ୍କୁ କେତେବେଳେ ହସାଇଛନ୍ତି, କେତେବେଳେ କନ୍ଦାଇଛନ୍ତି । ଜଣେ ଭଲ ଚରିତ୍ର ଅଭିନେତା ଭାବରେ ତାଙ୍କର ନାଁ ଥିଲା । ଟେଲିଫିଲ୍ମରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ । ୧୮ ବର୍ଷ ବୟସରେ ୧୯୯୬ରେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି -‘ରଙ୍ଗ ନମ୍ବର(୨୦୨୨),ପ୍ରେମ ଋତୁ ଆସିଲାରେ(୨୦୦୬), ଦୋସ୍ତି(୨୦୧୧), ହାତ ଧରି ଚାଲୁଥା(୨୦୧୧) ରୁମ୍‌କୁ ଝୁମାନା(୨୦୧୩) । ଓଡ଼ିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ପିଣ୍ଟୁ ନନ୍ଦଙ୍କ ଆତ୍ମାର ସଦଗତି କାମନା କରୁଛି ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ