ଦୁଲୁକିବ ପିପିଲି ମୈଦାନ

ପିପିଲି (ବଡ଼ ଖବର ବ୍ୟୁରୋ): ଆଜିଠୁ କମ୍ପିବ ପିପିଲି ମୈଦାନ । ପ୍ରଚାର ପାଇଁ ଓହ୍ଲାଇବେ ହେଭିୱେଟ ନେତା । ବିଜେଡି, ବିଜେପି ଏବଂ କଂଗ୍ରେସର ଷ୍ଟାର ପ୍ରଚାରକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବିଜେଡିର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସୋମବାରଠାରୁ ପିପିଲିରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଜୋରଦାର କରିବେ ପ୍ରଚାର । ସେଥିପାଇଁ ନବୀନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ତେବେ ନବୀନ ଆସନ୍ତା ୨୨ ତାରିଖରୁ ଭର୍ଚୁଆଲି ପ୍ରଚାରରେ ଯୋଡି ହେବେ। ଅନ୍ୟପଟେ ବିଜେପିର ମଙ୍ଗ ଧରିବେ ରାଜ୍ୟର ସଭାପତି ସମୀର ମହାନ୍ତି । ତେବେ ଦଳର ଷ୍ଟାର ପ୍ରଚାରକ ରହିବେ ତିନି କେନ୍ଦ୍ର ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁ ସୋମବାର ଠାରୁ ପିପିଲିରେ ପ୍ରଚାର ଆରମ୍ଭ କରିବେ । ସେପଟେ କଂଗ୍ରେସ ବି ପ୍ରସ୍ତୁତ । ରବିବାର କଂଗ୍ରେସ ଭବନରେ ଏହାକୁ ନେଇ ଉପନିର୍ବାଚନ ପାଇଁ ଗଠନ ସମନ୍ନୟ କମିଟିର ବୈଠକ ବସିଥିଲା । ଚିରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଦଳ ଜୋରଦାର ପ୍ରଚାରର କରିବ ବୋଲି ସେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’