Masthead

ସୁରକ୍ଷା ବଳୟରେ ପିପିଲି

ପିପିଲି ( ବଡ଼ ଖବର ବ୍ୟୁରୋ ): ପିପିଲି ଉପନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗୁଛି। ଗତକାଲି ଡେଲାଙ୍ଗରେ ନିର୍ବାଚନୀ ହିଂସା ଯୋଗୁଁ ଦୁଇ ଜଣ ଆହତ ହୋଇଥିଲେ। ତେଣୁ ଏହାକୁ ଆଖି ଆଗରେ ରଖି ଆଜି ପୁଲିସ ଡିଜି ଅଭୟ, ଏ଼ଡିଜି ଆଇନଶୃଙ୍ଖଳା ଜଶଓ୍ୱନ୍ତ ଜେଠଓ୍ୱା, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା ପ୍ରମୁଖ ପିପିଲି ଯାଇ ଏହାର ସମୀକ୍ଷା କରିଛନ୍ତି। 

ଆଗକୁ ଯେମିତି ଆଇନଶୃଙ୍ଖଳା ସ୍ଥିତି ନବିଗିଡେ ସେନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ତେବେ ଏବେ ସୁରକ୍ଷା ବଳୟରେ ପିପିଲି ନିର୍ବାଚନମଣ୍ଡଳୀ ରହିଛି । ପିପିଲିରେ ୩ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାଇଛି। ସେହିଭଳି ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ ଏବଂ ଗୋଟିଏ କମ୍ପାନୀ ଓଡ଼ିଶା ସିଫ୍ଟ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ପିପିଲି ନିର୍ବାଚନମଣ୍ଡଳୀକୁ ମଲ୍ଟି ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନରେ ୨ ଜଣ ଅତିରିକ୍ତ ଏସ୍‌ପି ଓ ୩ ଡିଏସ୍‌ପିଙ୍କୁ ଦାୟିତ୍ଵ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା