Masthead

ସୁରକ୍ଷା ବଳୟରେ ପିପିଲି

ପିପିଲି ( ବଡ଼ ଖବର ବ୍ୟୁରୋ ): ପିପିଲି ଉପନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗୁଛି। ଗତକାଲି ଡେଲାଙ୍ଗରେ ନିର୍ବାଚନୀ ହିଂସା ଯୋଗୁଁ ଦୁଇ ଜଣ ଆହତ ହୋଇଥିଲେ। ତେଣୁ ଏହାକୁ ଆଖି ଆଗରେ ରଖି ଆଜି ପୁଲିସ ଡିଜି ଅଭୟ, ଏ଼ଡିଜି ଆଇନଶୃଙ୍ଖଳା ଜଶଓ୍ୱନ୍ତ ଜେଠଓ୍ୱା, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା ପ୍ରମୁଖ ପିପିଲି ଯାଇ ଏହାର ସମୀକ୍ଷା କରିଛନ୍ତି। 

ଆଗକୁ ଯେମିତି ଆଇନଶୃଙ୍ଖଳା ସ୍ଥିତି ନବିଗିଡେ ସେନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ତେବେ ଏବେ ସୁରକ୍ଷା ବଳୟରେ ପିପିଲି ନିର୍ବାଚନମଣ୍ଡଳୀ ରହିଛି । ପିପିଲିରେ ୩ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାଇଛି। ସେହିଭଳି ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ ଏବଂ ଗୋଟିଏ କମ୍ପାନୀ ଓଡ଼ିଶା ସିଫ୍ଟ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ପିପିଲି ନିର୍ବାଚନମଣ୍ଡଳୀକୁ ମଲ୍ଟି ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନରେ ୨ ଜଣ ଅତିରିକ୍ତ ଏସ୍‌ପି ଓ ୩ ଡିଏସ୍‌ପିଙ୍କୁ ଦାୟିତ୍ଵ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା