ବ୍ରାଜିଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ହେବାରେ ଲାଗିଛି । କରୋନା ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ଦ୍ୱିତୀୟରେ ରହିଛି । ପୂର୍ବରୁ କରୋନା ଦ୍ୱାରା ସବୁଠାରୁ ପ୍ରଭାବିତ ତାଲିକାରେ ପ୍ରଥମେ ଆମେରିକା ଓ ଦ୍ୱିତୀୟରେ ବ୍ରାଜିଲ ରହିଥିଲା। ସୋମବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରାଜିଲକୁ ପଛରେ ପକାଇ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି।

କରୋନା ପ୍ରଭାବିତ ତାଲିକାର ୧ନଂ ସ୍ଥାନରେ ଆମେରିକା ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୬୮,୯୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଭାରତରେ କରୋନାର ସର୍ବକାଳୀନ ରେକର୍ଡ। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚି ଯାଇଛି।

ବ୍ରାଜିଲର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୪,୮୨,୦୨୩ ରହିଛି। ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୧,୯୭,୫୧୧। ପ୍ରଭାବିତ ତାଲିକାର ଟପ ୫ରେ ଥିବା ରାଷ୍ଟ୍ର ହେଲେ ଫ୍ରାନ୍ସ(୫,୧୧,୯୫,୮୫) ଓ ରୁଷ(୪,୫,୮୯,୨୦୯) ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟ ହାର ହ୍ରାସ ପାଇବାରେ ଲାଗିଛି। ଏବେ ଦେଶର ଆରୋଗ୍ୟ ହାର ୯୦% ତଳେ ରହିଛି। ଆକ୍ଟିଭ କେସ୍‌ ୧୨ ଲକ୍ଷ ପାର କରିଛି। ୨୪ ଘଣ୍ଟାରେ ୯୦୪ ଜଣ କରୋନାରେ ଆଖି ବୁଜିବା ପରେ ମୋଟ ମୃତ୍ୟୁସଂଖ୍ୟା ୧,୭୦,୧୭୯ରେ ପହଞ୍ଚି ଯାଇଛି। ଦେଶରେ ୧୨,୦୧,୦୦୯ ଜଣ କରୋନାରେ ଏବେ ବି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆରୋଗ୍ୟ ହାର ୮୯.୮୬% ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ