Masthead

ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ ପିକେ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଲଗାତର ନିର୍ବାଚନ ରଣନୀତଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ଉଠୁଥିବା ପ୍ରଶ୍ପର ଉତ୍ତର ମିଳିଛି । ଅର୍ଥାତ କିଛିଦିନ ହେବ ପ୍ରଶାନ୍ତ ଶାସକ ଦଳ ନା କଂଗ୍ରେସରେ ମିଶିବେ ସେ ନେଇ ପ୍ରଶ୍ନ ଉଠୁଥିଲା । ହେଲେ ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ ପ୍ରଶାନ୍ତ କିଶୋର । ସେ ବର୍ତ୍ତମାନ କଂଗ୍ରେସର ହାତ ଧରିବେ । ମମତାଙ୍କ ପରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ତିଆରି କରିବେ ନୂଆ ଷ୍ଟ୍ରାଟେଜି ।

ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ସୂଚନା ଦେଇଛନ୍ତି । ସେପଟେ ଦଳର ନେତାଙ୍କ ସହ ଆଲୋଚନା ସମୟରେ ଚନ୍ନୀ ଏପରି କହିଥିବାର ଦେଖିବାକୁ ମିଳିଛି । ଖୁବଶୀଘ୍ର ପ୍ରଶାନ୍ତ କିଶୋର ରଣନୀତିକାର ଭାବରେ ଦଳରେ ସାମିଲ ହେବାକୁ ଯାଉଛନ୍ତି । ଅନ୍ୟପଟେ ଗତ ବିଳମ୍ବିତ ରାତିରେ ପଞ୍ଜାବର ସମସ୍ତ ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ବୈଠକ କରିଥିଲେ । ଏହି ସମୟରେ ଖୁବଶୀଘ୍ର ପ୍ରଶାନ୍ତ କିଶୋରକଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ କଥା ଚନ୍ନୀ କହିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା