Masthead

ନିଆଁ ମୁହଁରେ ଜଙ୍ଗଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଙ୍ଗଲରେ ରେ ନିଆଁ । ୨ ସପ୍ତାହ ହେଲାଣି ଜଳୁଛି ଜଙ୍ଗଲ । ନିଆଁ ମୁହଁରେ  ଜଙ୍ଗଲ । ସାଟେଲାଇଟର ଚିତ୍ର ଅନୁସାରେ ରାଜ୍ୟରେ ଜଳୁଛି ୨୧୪ଟି ସର୍କଲର ଜଙ୍ଗଲ । ଜୀବନ ବଞ୍ଚାଇବାକୁ ଜଙ୍ଗଲିଜନ୍ତୁ ହୋଇଛନ୍ତି ଗାଁ ଓ ସହର ମୁହାଁ । ଅନ୍ୟପଟେ ଜୈବ ବିଭିଦତା ହେଉଛି ନଷ୍ଟ । ଗତ ୪ ବର୍ଷରେ ଜଳିଗଲାଣି ହଜାର ହଜାର ହେକ୍ଟର ଜଙ୍ଗଲ । ରାଜ୍ୟର ଜଙ୍ଗଲ ପୋଡି ଘଟଣା ଦେଶରେ ଓଡିଶାର ନାଁ ସବା ଆଗରେ । ଏକାଧିକ ଜଙ୍ଗଲରେ ପ୍ରତି ବର୍ଷ ଲାଗୁଛି ନିଆଁ । ରାଜ୍ୟର ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ଲାଗିଛି ନିଆଁ ।

ଚନ୍ଦକାରୁ ଶିମିଳିପାଳ । ନିଆଁ ଲିଭାଇବାକୁ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ ସରକାର ଦେଖାଇନଥିଲେ ଆନ୍ତରିକତା । ଫଳରେ ଏସିଆର ଦ୍ୱିତୀୟ ଜୈବମଣ୍ଡଳ ଶିମିଳିପାଳରେ ନିଆଁ ଲାଗି ସ୍ଥିତି ହୋଇଛି ସଙ୍ଗୀନ । ଖାଲି ଶିମିଳିପାଳ ନୁହେଁ । ରାଇରଙ୍ଗପୁର ,କରଞ୍ଜିଆ,କଟକ, କେନ୍ଦୁଝର, ଦେବଗଡ, ଆଠଗଡ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ବଣାଇ,ଖଣ୍ଡପଡା, ଘୁମୁସର ଦକ୍ଷିଣ, ଆଠମଲ୍ଲିକ, ବାଲିଗୁଡା, ରେଢାଖୋଲ, ଫୁଲବାଣୀ, ଖଡିଆଳ, ସୁନାବେଢା, ବଲାଙ୍ଗୀର, ପାରଳାଖେମୁଣ୍ଡି ଓ ମାଲକାନଗିରି ଡିଭିଜନରେ ଲାଗିଛି ନିଆଁ । ସାଟେଲାଇଟର ଚିତ୍ର ଅନୁସାରେ ଘଣ୍ଟାରେ ୬୦ଟି ଜଙ୍ଗଲରେ ଲାଗିଛି ନିଆଁ । ଛୋଟ ଜଙ୍ଗଲର ନିଆଁକୁ ଆୟତ କରାଯାଉଛି । ମାତ୍ର ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ଜଙ୍ଗଲରେ ଲାଗିଛି ନିଆଁ । ନିଆଁ ଲିଭିବାର ନେଉନି ନାଁ । ନିଆଁ ଲାଗିବା ନେଇ ଅଧିକାରୀ ଅଛନ୍ତି ଅବଗତ । ହେଲେ ନେଇ ନାହାନ୍ତି ଠୋସ ପଦକ୍ଷେପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା