Masthead

ପଶ୍ଚିମବଙ୍ଗରେ ଜୋରଦାର ପ୍ରଚାର କରିବେ ପିଏମ ମୋଦି

କୋଲକାତା (ବଡ଼ ଖବର ବ୍ୟୁରୋ): ଆଜି ବେଙ୍ଗଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଣ୍ଡ ଉପରେ ୫ ରାଜ୍ୟର ନିର୍ବାଚନ । ଏନେଇ କେନ୍ଦ୍ରର ବିଜେପି ସରକାର ଜୋରଦାର ପ୍ରସ୍ତୁତି କରୁଛି ରଣନୀତି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ରହିଛି ବେଙ୍ଗଲ । ଆଉ ମାତ୍ର ୧୦ ଦିନପରେ ବେଙ୍ଗଲରେ ହେବ ପ୍ରଥମପର୍ଯ୍ୟାୟ ନିର୍ବାଚନ ।

ଏନେଇ ଘନଘନ ବେଙ୍ଗଲ ଗସ୍ତ କରୁଛିନ୍ତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ଆଜି ବି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲ ଓ ଆସାମ ଗସ୍ତରେ ଯାଉଛନ୍ତି । ଅନ୍ୟପଟେ ଗତକାଲି ମମତାବାନାର୍ଜୀ ଜାରି କରିଛନ୍ତି ଇସ୍ତାହାର । ଗୋଟିଏ ପଟେ ମୋଦିଙ୍କ ଗସ୍ତ ଅନ୍ୟପଟେ ମମତାଙ୍କ ଇସ୍ତାହାର ବେଙ୍ଗଲ ରାଜନୀତିକୁ କରୁଛି ସରଗରମ । ମମତା ତାଙ୍କ ଇସ୍ତାହାରରେ ବେଙ୍ଗଲ ବାସୀଙ୍କ ଲାଗି ରଖିଛନ୍ତି ବହୁ ଉପହାର । ଦିଦି କହିଛନ୍ତି ମୁଁ ବେଙ୍ଗଲର ଝିଅ । ପୁଣି ମା’ମାଟି ଆଉ ମଣିଷର କଥା କହିଛନ୍ତି ଦିଦି ।

ଲକଡାଉନ ସମୟରେ ଆମ ସରକାର ଲୋକଙ୍କ କଥା ବୁଝିଛି । ତେଣୁ ଆଗାମୀ ଦିନରେ ଦଳକୁ କ୍ଷମତାସୀନ କରିବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ମୋଦିଙ୍କ ରାଲି ହେବାର ଥିଲା ମାତ୍ର ଏହାର ୨ ଦିନ ପୂର୍ବରୁ ମୋଦିଙ୍କ ବେଙ୍ଗଲଗସ୍ତ ନୂଆ ରାଜନୀତିର ଦେଉଛି ଆଭାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ