Masthead

ଜଙ୍ଗଲୀ ପଶୁ ବୁଝେ ମମତାର ମୂଲ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ-ପ୍ରେମ । ସ୍ନେହ-ପ୍ରେମ ଆଗରେ ସବୁକିଛି ହାରମାନିଯାଏ। ଏଭଳି ବାତ୍ସଲ୍ୟ ପ୍ରେମରେ ଏକ ବାରହାକୁ ବାନ୍ଧି ରଖିଥିଲେ ଜଣେ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ତେଲକୋଇ ବନାଞ୍ଚଳ ଅଧିନରେ ଥିବା ବିମଳା ଫରେଷ୍ଟ ବିଟରେ । ଜଙ୍ଗଲୀ ଜନ୍ତୁ ହେଲେ ବି ନିଜ ପିଲାଠୁ ଅଧିକ ସ୍ନେହ କରିଥିଲେ ସେ ବାରହାକୁ । କୋଳେଇ କାଖେଇ ବଡ଼ କରିଥିଲେ। ହେଲେ ବାଧକ ସାଜିଲା ବନ୍ୟପ୍ରାଣୀ ଆଇନ। ବନ କର୍ମଚାରୀ ଜଙ୍ଗଲୀ ବାରହା ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ। ଆଉ ତା’ପରଠୁ ଜଙ୍ଗଲରେ ପାଗଳି ପରି ବୁଲୁଥିଲେ କୁନ୍ତଳା । ତାକୁ ପାଳିପୋଷି ବଡ଼ କରିଥିଲେ । କ’ଣ ଖାଉଥିବ, କିପରି ରହୁଥିବ ଭାବି ଭାବି କୁନ୍ତଳାଙ୍କ ଆଖିକୁ ନିଦ ହଜିଯାଇଥିଲା ।

ଜଙ୍ଗଲରେ ଢୁଡ଼, ଢୁଡ଼ ବୋଲି ଚିତ୍କାର କରୁଥିଲେ ବି ତାଙ୍କ ଡାକ ଜଙ୍ଗଲର ନିକାଞ୍ଚନରେ ହଜି ଯାଉଥିଲା। ହେଲେ ଶେଷରେ କୁନ୍ତଳାଙ୍କ କୋଳକୁ ଫେରିଛି ବାରହା ଢୁଡ଼ । ଢୁଡ଼କୁ ପାଇ କୁନ୍ତଳାଙ୍କ ଖୁସି ବାଡ଼ବନ୍ଧ ମାନୁନି।୧୦ ମାସ ତଳେ ଆହତ ଅବସ୍ଥାରେ ଢୁଡ଼କୁ ଉଦ୍ଧାର କରି ପାଖରେ ରଖିଥିଲେ କୁନ୍ତଳା। ସେବେଠୁ ଖାଇବା, ପିଇବାକୁ ଦେଇ ନିଜ ପିଲା ପରି ରଖିଥିଲେ। ସ୍ନେହ ଆଦରରେ ପରିବାର ଲୋକ ନାଁ ଦେଇଥିଲେ ଢୁଡ଼। ହେଲେ ଗତ ୯ ତାରିଖ ରାତିରେ ବନ କର୍ମଚାରୀ ଆସି ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେବେଠୁ ପାଗଳି ପରି ଜଙ୍ଗଲରେ ଘୁରି ବୁଲୁଥିଲେ କୁନ୍ତୁଳା। ଢୁଡକୁ ଝୁରିଝୁରି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା। ଢୁଡକୁ ବନ କର୍ମଚାରୀ ଜଙ୍ଗଲରେ ଛାଡ଼ିବା ପରଠୁ ପ୍ରତିଦିନ ଟିଫିନ ଭର୍ତ୍ତି ଭାତ ଧରି ଜଙ୍ଗଲରେ ଘୂରି ବୁଲି ଢୁଡ଼କୁ ଖୋଜି ବୁଲୁଥିଲେ । ଶେଷରେ ଢୁଡକୁ ପାଇ କୁନ୍ତଳାଙ୍କ ପରିବାର ସମସ୍ତେ ଖୁସିରେ ଉଛୁଳି ଉଠିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା