Masthead

ଜଙ୍ଗଲୀ ପଶୁ ବୁଝେ ମମତାର ମୂଲ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ-ପ୍ରେମ । ସ୍ନେହ-ପ୍ରେମ ଆଗରେ ସବୁକିଛି ହାରମାନିଯାଏ। ଏଭଳି ବାତ୍ସଲ୍ୟ ପ୍ରେମରେ ଏକ ବାରହାକୁ ବାନ୍ଧି ରଖିଥିଲେ ଜଣେ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ତେଲକୋଇ ବନାଞ୍ଚଳ ଅଧିନରେ ଥିବା ବିମଳା ଫରେଷ୍ଟ ବିଟରେ । ଜଙ୍ଗଲୀ ଜନ୍ତୁ ହେଲେ ବି ନିଜ ପିଲାଠୁ ଅଧିକ ସ୍ନେହ କରିଥିଲେ ସେ ବାରହାକୁ । କୋଳେଇ କାଖେଇ ବଡ଼ କରିଥିଲେ। ହେଲେ ବାଧକ ସାଜିଲା ବନ୍ୟପ୍ରାଣୀ ଆଇନ। ବନ କର୍ମଚାରୀ ଜଙ୍ଗଲୀ ବାରହା ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ। ଆଉ ତା’ପରଠୁ ଜଙ୍ଗଲରେ ପାଗଳି ପରି ବୁଲୁଥିଲେ କୁନ୍ତଳା । ତାକୁ ପାଳିପୋଷି ବଡ଼ କରିଥିଲେ । କ’ଣ ଖାଉଥିବ, କିପରି ରହୁଥିବ ଭାବି ଭାବି କୁନ୍ତଳାଙ୍କ ଆଖିକୁ ନିଦ ହଜିଯାଇଥିଲା ।

ଜଙ୍ଗଲରେ ଢୁଡ଼, ଢୁଡ଼ ବୋଲି ଚିତ୍କାର କରୁଥିଲେ ବି ତାଙ୍କ ଡାକ ଜଙ୍ଗଲର ନିକାଞ୍ଚନରେ ହଜି ଯାଉଥିଲା। ହେଲେ ଶେଷରେ କୁନ୍ତଳାଙ୍କ କୋଳକୁ ଫେରିଛି ବାରହା ଢୁଡ଼ । ଢୁଡ଼କୁ ପାଇ କୁନ୍ତଳାଙ୍କ ଖୁସି ବାଡ଼ବନ୍ଧ ମାନୁନି।୧୦ ମାସ ତଳେ ଆହତ ଅବସ୍ଥାରେ ଢୁଡ଼କୁ ଉଦ୍ଧାର କରି ପାଖରେ ରଖିଥିଲେ କୁନ୍ତଳା। ସେବେଠୁ ଖାଇବା, ପିଇବାକୁ ଦେଇ ନିଜ ପିଲା ପରି ରଖିଥିଲେ। ସ୍ନେହ ଆଦରରେ ପରିବାର ଲୋକ ନାଁ ଦେଇଥିଲେ ଢୁଡ଼। ହେଲେ ଗତ ୯ ତାରିଖ ରାତିରେ ବନ କର୍ମଚାରୀ ଆସି ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେବେଠୁ ପାଗଳି ପରି ଜଙ୍ଗଲରେ ଘୁରି ବୁଲୁଥିଲେ କୁନ୍ତୁଳା। ଢୁଡକୁ ଝୁରିଝୁରି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା। ଢୁଡକୁ ବନ କର୍ମଚାରୀ ଜଙ୍ଗଲରେ ଛାଡ଼ିବା ପରଠୁ ପ୍ରତିଦିନ ଟିଫିନ ଭର୍ତ୍ତି ଭାତ ଧରି ଜଙ୍ଗଲରେ ଘୂରି ବୁଲି ଢୁଡ଼କୁ ଖୋଜି ବୁଲୁଥିଲେ । ଶେଷରେ ଢୁଡକୁ ପାଇ କୁନ୍ତଳାଙ୍କ ପରିବାର ସମସ୍ତେ ଖୁସିରେ ଉଛୁଳି ଉଠିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ