ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ଲାଲକିଲାରୁ ନୁହେଁ ତାଙ୍କ ଘରେ ପତାକା ଉତ୍ତୋଳନ କରିବେ। ଆଜି ଅର୍ଥାତ୍ ୭୭ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ୨୦୨୪ ଲୋକସଭା ନିର୍ବାଚନରେ ବିଜୟର ପୂର୍ବାନୁମାନ କରିଥିଲେ । ଏବଂ କହିଥିଲେ ଯେ ସେ ଆସନ୍ତା ବର୍ଷ ଏହି ଲାଲକିଲାରୁ ତ୍ରିରଙ୍ଗା ଉଡ଼ାଇବେ ।
#WATCH | "He will hoist the National Flag once again next year, he will do that at his home," Congress president Mallikarjun Kharge reacts to PM Modi's "The next 15th August, from this Red Fort, I will present before you the achievements of the country" pic.twitter.com/jtky2ms7rz
— ANI (@ANI) August 15, 2023
ଏହାକୁ ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୯୦ ମିନିଟର ଅଭିଭାଷଣରେ କହିଛନ୍ତି ସେ ଆସନ୍ତା ବର୍ଷ ପତାକା ଉତ୍ତୋଳନ କରିବେ । ପତାକା ଉତ୍ତୋଳନ ତ କରିବେ କିନ୍ତୁ ତାଙ୍କ ଘରେ କରିବେ । ଲାଲକିଲା ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାଜ୍ଜୁର୍ନ ଖଡଗେ ଯୋଗ ଦେଇନଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମଲ୍ଲିକାର୍ଜୁନ ଖାଡଗେ କହିଥିଲେ ଯେ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ପଡିବ।