Masthead

ରାଜ୍ୟସଭାର ଉପବାଚସ୍ପତି ହେଲେ ମୁକ୍ତାର ଆବାସ ନକବୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁକ୍ତାର ଅବାସ ନକବୀ ହେଲେ ରାଜ୍ୟ ସଭା ଉପବାଚସ୍ପତି । ସଂସଦୀୟ ମାମଲାରେ ମୁକ୍ତାର ଆବାସଙ୍କ ଭଲ ଅଭିଜ୍ଞତା ରହିଥିବାରୁ ତାଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଏହାପୂର୍ବରୁ ରାଜ୍ୟସଭା ଉପବାଚସ୍ପତି ପଦରେ ଥିବା ପୀୟୁଷ ଗୋଏଲଙ୍କୁ ସଂସଦୀୟ ଦଳର ନେତା ଭାବେ ନିଯୁକ୍ତ କରାଯାଇଛି । ନକବୀ ମୋଦୀ ସରକାରଙ୍କ ପ୍ରଥମ କାର୍ୟ୍ୟକାଳରେ ସଂସଦୀୟ କାର୍ୟ୍ୟ ରାଜ୍ୟମନ୍ତ୍ରୀ ଭାବେ ସଂସଦରେ ପ୍ରଭାବଶାଳୀ ଭୂମିକା ନିଭାଇଥିବା ଦେଖିବାକୁ ମଳିଥିଲା ।

ମୁକ୍ତାର ଆବାସ ନକବୀ ୨୦୧୬ ମସିହାରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ୨୦୧୪ ମସିହାରେ ଅଳ୍ପ ସଂଖ୍ୟକ ମାମଲା ଓ ସଂସଦୀୟ ମାମଲାର ରାଜ୍ୟମନ୍ତ୍ରୀ ଥିଲେ । ୨୦୧୬ ଜୁଲାଇ ୧୨ ତାରିଖରେ ନଜମା ହେପତୁଲ୍ଲାଙ୍କ ମୃତ୍ୟୁପରେ ନକବୀଙ୍କୁ କେନ୍ଦ୍ର ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ସ୍ୱତନ୍ତ୍ର ପ୍ରଭାରୀ ଭାବେ ଦାୟୀତ୍ୱ ମିଳିଥିଲା ।

ସେ ୨୦୧୯ ମେ ୩୦ ତାରିଖରେ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । କହିରଖୁ କି ୧୯୮୦ ମସିହାରେ ପ୍ରଥମଥର ପାଇଁ ନକବୀ ଉତ୍ତରପ୍ରଦେଶରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ ସେ ୧୯୯୮ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ବିଭାଗର ରାଜ୍ୟମନ୍ତ୍ରୀ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ