Masthead

ଋଷ ବିରୋଧରେ ଲଢ଼ିବ ମିଗ୍-୨୯

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଋଷ ବିରୋଧରେ ଲଢ଼ିବ ଋଷ ବିମାନ । ସୋଭିଏତ୍ ଋଷ ଦ୍ୱାରା ନିର୍ମିତ ମିଗ୍-୨୯ ବିମାନ ଋଷ ବିରୋଧରେ ଲଢେଇ କରିବ । ୟୁକ୍ରେନକୁ ଯୁଦ୍ଧ ସହାୟତା ଘୋଷଣା କରିଛି ପୋଲାଣ୍ଡ । ଋଷ-ୟୁକ୍ରେନ ଯୁଦ୍ଧ ବର୍ଷେ ହେବ ଲାଗି ରହିଛି । ଆଉ ଏବେ ଋଷ ବିରୋଧରେ ଆକାଶରେ ଲଢ଼େଇ କରିବ ମିଗ୍ -୨୯ ବିମାନ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ ବିମାନ ଯୋଗାଇବ ବୋଲି ଘୋଷଣା କରିଛି । ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କହିଛନ୍ତି, ଆଗାମୀ କିଛି ଦିନ ମଧ୍ୟରେ ସୋଭିଏତ ଋଷ ଦ୍ୱାରା ନିର୍ମିତ ମିଗ୍ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦିଆଯିବ ।

କିନ୍ତୁ ଏଠି ସବୁଠୁ ବଡ଼କଥା ହେଉଛି, ଏହି ମିଗ୍ -୨୯ ଯୁଦ୍ଧ ବିମାନ ୧୯୭୦ ଦଶକରେ ସୋଭିଏତ୍ ୟୁନିଅନରେ ତିଆରି ହୋଇଥିଲା ଏବଂ ବର୍ତ୍ତମାନ ଏହା ଋଷ ବିରୁଦ୍ଧରେ ଲଢ଼ିବ । ପୋଲାଣ୍ଡ ୟୁକ୍ରେନକୁ ୧୧ରୁ ୧୯ଟି ମିଗ-୨୯ ଯୁଦ୍ଧ ବିମାନ ଦେଇପାରେ ବୋଲି ଡୁଡା କହିଛନ୍ତି । ୟୁକ୍ରେନକୁ ମିଗ ଯୁଦ୍ଧବିମାନ ଯୋଗାଇବା ପାଇଁ ଅନ୍ୟ କେତେକ ଦେଶ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୋଲାଣ୍ଡ ସରକାରଙ୍କ ମୁଖପାତ୍ର ପିଓତ୍ର ମ୍ୟୁଲର କହିଛନ୍ତି । ପୋଲାଣ୍ଡ ପୂର୍ବରୁ ୟୁକ୍ରେନକୁ ଜର୍ମାନ ନିର୍ମିତ ଲେପର୍ଡ-୨ ଟ୍ୟାଙ୍କ ଯୋଗାଇଥିଲା । ଆଉ ଏବେ ସୋଭିଏତ୍ ଋଷ ନିର୍ମିତ ମିଗ୍-୨୯ ୟୁକ୍ରେନକୁ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା