Masthead

ସନ୍ୟାସୀ ବାବୁଙ୍କୁ ଚେତାବନୀ, ତୁମେ ଥାଅ ଆମେ ଯାଉଛୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରି ରଖିଛି ବିଜେଡି ଶିବିର । ଶଙ୍ଖ ଭବନ ଠାରୁ ନେଇ ନବୀନ ନିବାସ ଏବେ ଉଠୁଛି ପଡୁଛି । ନିଜ ରାସ୍ତାକୁ ବାଛି ଚାଲିଛନ୍ତି ବିଜେଡିର ଗୋଟେ ପରେ ଗୋଟେ ନେତା । ନବୀନ ଓ ପାଣ୍ଡିଆନ ଯୋଡ଼ି ଉପରେ କରୁଛନ୍ତି ଜୋରଦାର ହାମଲା । ବରିଷ୍ଠଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯାଏଁ ଖୋଲିଲେଣି ମୁହଁ । ଦେଲେଣି ଚେତାବନୀ, ତୁମେ ଛାଡ଼ ନ ହେଲେ ଆମେ ଛାଡ଼ିିବୁ । ହାରିବା ପରେ ବି ସୁପ୍ରିମୋଙ୍କ ଅଣଓଡ଼ିଆ ପ୍ରୀତି କମି ନଥିବାରୁ ବଢିଚାଲିଛି ଦଳରେ ବିବାଦ । ଆଉ ନାହିଁ ଭୟ କି ଆଉ କାହା ପାଖରେ ନାହିଁ ଡର । ସରକାରରେ ଥିବା ବେଳେ କ୍ଷମତାକୁ ଅପବ୍ୟବହାର ନେତାଙ୍କ ଉପରେ କରି ଚାଲିଥିଲେ ଜୁଲମ । ଆଉ ନାହିଁ ସେକାଳ ପଖାଳ । ବିରୋଧୀ ଆସନକୁ କରିଛି ବିଜେଡି ମଣ୍ଡନ । ନେତାଙ୍କ ଉପରେ ଆଉ ଚାଲିପାରୁନି ସେହି ରାଜୁତି । ନାଲି ଆଖି ଦେଖାଇ ନେତା ଦେଲେଣି କୋଟରୀ ଗ୍ରୁପକୁ ଚୁନତି ।

ତୁମେ ରହିବ ଯଦି ଆମେ ଯାଉଛୁ ଛାଡ଼ି । ଯାହା ଏବେ ବେଶ ବାରି ହୋଇପଡୁଛି । ନବୀନଙ୍କ ପାଖରେ ରହି ନବୀନଙ୍କ ଆପଣାର ଭୈରବ ପାଣ୍ଡିଆନଙ୍କ ଖୋଲିଦେଲେଣି ମୁଖା । ଅମର, ଦେବାଷିଶ, ସମ୍ବିତ, ଅଭିନାଶ ଓ ସୌଭିକ ବିଶ୍ୱାଳଙ୍କ ପରି ନେତା ବର୍ଷିବା ପରେ ଅନ୍ୟନେତା ହେଲେଣି ସଜବାଜ । ୨୦୨୪ ନିର୍ବାଚନରେ ଦଳ କ୍ଷମତାରୁ ଚାଲିଯିବା ପରେ ଦଳ ଉପରେ କ୍ଷୋଭ ପ୍ରକାଶ କରି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତା ଶଙ୍ଖ ଦଳରୁ କରିଦେଲେଣି ବାଏ ବାଏ । ଆଉ କିଛିତ କହିବାକୁ ଲାଗିଲେଣି ପାଣ୍ଡିଆନ ରହିଲେ ଆମେ ରହିବୁ ନାହିଁ କି ବିଜେଡି ଦ୍ୱାର ମାଡିବୁ ନାହିଁ । ଯାହା ପାଇଁ ସୃଷ୍ଟି ହେଲାଣି ସମସ୍ୟା । ଏବେ କଣ କରିବେ ପାଣ୍ଡିଆନ ? ଭୈରବ ବିଚଳିତ ହୋଇପଡିଥିବା ଚର୍ଚ୍ଚା । ସେ ଭଲ ଭାବରେ ଜାଣିଛନ୍ତି କି ନବୀନ ନିବାସ ଛାଡିବେ ମାନେ ତାଙ୍କ ଉପରେ ପଡିପାରେ ଶନି ଦଶା । ଯାହାକୁ ନେଇ ଏବେ ସେ ନିଜକୁ ରକ୍ଷା ପାଇଁ କରିଦେଲେଣି ଗୋଟି ଚାଳନା । କଣ ଏମାନଙ୍କ ଆକୋ୍ରଶରୁ ବର୍ତ୍ତି ପାରିବେ ନବୀନ-ପାଣ୍ଡିଆନ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା