Masthead

ସୀମା ଟପିଲା ରେଳବାଇ ପୋଲିସର ଦାଦାଗିରି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପରେ ସୀମା ଟପିଲା ରେଳବାଇ ପୋଲିସର ଦାଦାଗିରି । ଏଯାଏଁ ଯାଂଚ ହେଉନି ଗୋଟିଏ ବଗି । ବଗିରେ ମୃତ ଶରୀର ଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଭିଜୁଆଲ ନେବାକୁ ଯିବାରୁ ‘ବଡ଼ ଖବର’ ପ୍ରତିନିଧିଙ୍କୁ ଆକ୍ରମଣ । ଦୁର୍ଘଟଣାର ସପ୍ତାହେ ପରେ ବି କଣ ଲୁଚାଇବାକୁ ଚାହୁଁଛି ବିଭାଗ? ଉପରିସ୍ଥ କେଉଁ ଅଧିକାରୀ ସେ ବଗି ଲୁଚାଇବାକୁ ଦେଇଛନ୍ତି ନିର୍ଦ୍ଦେଶ ?

ସେ ବଗିରୁ ଦୁର୍ଗନ୍ଧ ବାହାରି ବ୍ୟାପୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି । ବଗି ଯାଂଚ ନ ହେବାକୁ ନେଇ ଅନେକ ଲୋକ ଉଠାଇଛନ୍ତି ଆପତି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ସେହି ବଗି ଭିତରେ କେହି ଫସି ରହିଥିବା ସନ୍ଦେହ କରୁଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଉଦ୍ଧାର ଶେଷ ପରେ ବଗିରୁ ବାହାରିଥିଲା ୧୩ ମୃତଦେହ । ୪୮ ଘଂଟା ପରେ ଜଣେ ଜୀବନ୍ତ ଉଦ୍ଧାର ହୋଇଥିଲେ । ତାହା ସତ୍ୱେ ଆଉଗୋଟେ ବଗିକୁ କରାଯାଉନି ଯାଂଚ । ସେ ବଗି ନିକଟକୁ କାହାରିକୁ ଛଡାଯାଉନି କାହା ସାହସରେ ରେଳ ପୋଲିସ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧକ୍କା ମାରୁଛନ୍ତି ।

ନିଜ ଦୋଷ ଲୁଚାଇବାକୁ ରେଳ ବିଭାଗ ଏଭଳି କରୁଛି କି ? ରେଳ ପୋଲିସ ଦାଦାଗିରି କରିବାକୁ କିଏ ଦେଇଛି ଅର୍ଡର ? କେଉଁ ସତ ଲୁଚାଇବାକୁ ‘ବଡ଼ ଖବର’କୁ ଅଟକାଉଛି ରେଳ ପୋଲିସ? ଏତେ ଲୋକଙ୍କ ଜୀବନ ଯିବା ପରେ ବି ଚେତୁନାହାନ୍ତି ରେଳ କର୍ମଚାରୀ । ଏଭଳି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ