ରେଳବାଇ ପୋଲିସର ଅଭଦ୍ରାମୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ୍ ଟ୍ରାଜେଡିକୁ ସପ୍ତାହେ ପୂରିଲାଣି । ମୃତ ଯାତ୍ରୀଙ୍କ ପରିବାର ମୁଣ୍ଡକୋଡି କାନ୍ଦୁଛନ୍ତି । ଚାଲିଛି ଶୁଦ୍ଧିକ୍ରିୟା । ଆହତମାନଙ୍କ କ୍ଷତ ସୁଖିନି । କମିନି ଯନ୍ତ୍ରଣା । ତେଣେ ଲାଇନଚ୍ୟୁତ ଗୋଟିଏ ଗବିର ଉଦ୍ଧାରକାର୍ଯ୍ୟ ନସାରି ରେଳବାଇ ବିଭାଗ ଜଗାଇଛି ସୁରକ୍ଷା କର୍ମୀ । ଦୁର୍ଘନ୍ଧରେ ନାକ ଫାଟିପଡୁଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରେଳବାଇ ବିଭାଗ ଶୁଣୁନି । ବରଂ ଦିନକୁ ଦିନ ସୁରକ୍ଷା ବ୍ୟବସ୍ଥା ବଢାଇ ଚାଲିଛି । ଦୁର୍ଗନ୍ଧ ବାହାରୁଥିବା ବଗି ନିକଟକୁ କାହାରିକୁ ଛଡାଯାଉ ନାହିଁ । କରମଣ୍ଡଳ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ ମଧ୍ୟ କ’ଣ ଲୁଚାଇବାକୁ ଚାହୁଛି ରେଳବିଭାଗ । ବଗିରେ ମୃତଦେହ ଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନେ ବାରମ୍ବାର ଏ ଦିଗରେ ଅଭିଯୋଗ କରୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନାହାନ୍ତି । ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନଥିବାରୁ ସାଧାରଣରେ ସନ୍ଦେହ ବଢିବାରେ ଲାଗିଛି । ଦୁର୍ଗନ୍ଧ ବଢିବାରେ ଲାଗିଛି । ଆଠ ଦିନ ହେଲାଣି । କେହି ଶୁଣୁ ନାହାନ୍ତି ।

ବଡ଼ ଖବର ପ୍ରତିନିଧି ଭିଜୁଆଲ ଆଣିବାକୁ ଯାଉଥିବା ବେଳେ ବାଧା ଦେଇଥିଲେ ସୁରକ୍ଷାକର୍ମୀ । ବଡ଼ ଖବର ପ୍ରତିନିଧିଙ୍କୁ ଦେଖାଇଥିଲେ ନାଲିଆଖି । ପ୍ରଶ୍ନ ଉଠୁଛି କ’ଣ ଲୁଚାଇବାକୁ ଚାହୁଁଛି ରେଳବାଇ? ଲୋକଙ୍କ ଅଭିଯୋଗକୁ ସମ୍ମାନ ଦେଇ ରେଳବାଇ ବିଭାଗ ଗନ୍ଧ ଛାଡୁଥିବା ବଗିକୁ ଯାଞ୍ଚ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଯଦି ସବୁବଗି ଯାଞ୍ଚ ହୋଇଛି ତେବେ ଗଣମାଧ୍ୟମକୁ ଡାକି ସେହି ବଗିର ଭିଜୁଆଲ ଦେଇଥିଲେ ରେଳବାଇ ବିଭାଗର କ’ଣ କ୍ଷତି ହୋଇଥାନ୍ତା? ଯଦି ଦୁର୍ଗନ୍ଧ ହେଉନି, ଜଗିଥିବା ସୁରକ୍ଷାର୍ମୀମାନେ ନାକରେ ରୁମାଲ ବାନ୍ଧିଛନ୍ତି କାହିଁକି? ବଗି ନିକଟକୁ ନଯିବାକୁ ରେଳବାଇ ବିଭାଗର କେଉଁ ଅଧିକାରୀ ଦେଇଛନ୍ତି ଆଦେଶ? ଏସବୁ ପ୍ରଶ୍ନର ଉତ୍ତର ରେଳବାଇ ବିଭାଗ ଦେବା ଜୁରୁରୀ ହୋଇପଡିଛି । ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବରେ ବଡ଼ ଖବର ଲୋକଙ୍କ ଅଭିଯୋଗର ଖବର ପ୍ରକାଶ କରୁଥିବା ବେଳେ ଯେଉଁ ସୁରକ୍ଷାକର୍ମୀ ବାଧାଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ସୁରକ୍ଷାକର୍ମୀଙ୍କୁ ଯେଉଁ ଅଧିକାରୀ ଆଦେଶ ଦେଇଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ