Masthead

ପୁଲିସ ବର୍ଦ୍ଦିରେ କଳଙ୍କର ଛିଟା

ବରଗଡ଼ (ବଡ଼ ଖବର): ରାତି ଅଧରେ ମହିଳା ପୋଲିସ ନନେଇ ସ୍ଥାନୀୟ ଟେଙ୍ଗରୀ ଗ୍ରାମର ଝସକେତନଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଜିନିଷପତ୍ର ଭଙ୍ଗା ରୁଜା କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏମିତିକି ଝସକେତନଙ୍କ ସ୍ତ୍ରୀଙ୍କୁ ଟଣାଓଟରା କରୁଥିବା ବେଳେ ତାଙ୍କ ମଙ୍ଗଳସୂତ୍ର ଛିଣ୍ଡି ଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଥାନା ଅଧିକାରୀଙ୍କ ସହ ଦୁଇଜଣ କନେଷ୍ଟବଳଙ୍କ ନାଁରେ ହୋଇଛି ମାମଲା । ବରଗଡ ଜିଲ୍ଲା ବିଜେପୁର ଥାନା ଅଧିକାରୀ ସୁନିଲ କୁମାର ଦୋରାଙ୍କ ସହ ଦୁଇଜଣ କନେଷ୍ଟବଳଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଶୁକ୍ରବାର ରାତିରେ ଝସକେତନ ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା କରାଇ ଘରକୁ ଫେରୁଥିବା ବେଳେ ବାଟରେ ଜଣେ ହାଇୱା ଡ୍ରାଇଭରଙ୍କ ସହ ଝଗଡା ହୋଇଥିଲା । ଘଟଣାଟି ଯାଇ ଥାନାରେ ପହଞ୍ଚିଥିଲା । ଝସକେତନଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଗତକାଲି ରାତିରେ ଥାନା ଅଧିକାରୀଙ୍କ ସହ ଦୁଇ କନେଷ୍ଟବଳ ଝସକେତନଙ୍କ ଘରେ ପହଁଞ୍ଚିଥିଲେ । ଝସକେତନ କବାଟ ନଖୋଲିବାରୁ ଥାନା ଅଧିକାର ପ୍ରଥମେ ଢ଼େଲା ପଥର ମାଡ କରିଥିଲେ । ପରେ ସେ କବାଟ ଭାଙ୍ଗି ଘରେ ଧସେଇ ପଶିବା ସହ ଘରର ଜିନିଷପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ଝସକେତନଙ୍କ ସ୍ତ୍ରୀ ସୁକାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା