Masthead

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳଚିତ୍ର: ରୋଗୀସେବାରେ ମାତାଲ ସ୍ୱାସ୍ଥ୍ୟକର୍ମୀ

ସୋର: ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ରୋଗୀଙ୍କୁ ଦଇବ ସାହା । ରୋଗୀସେବା କରୁଛନ୍ତି ମାତାଲ ସ୍ୱାସ୍ଥ୍ୟକର୍ମୀ । ଡିୟ୍ୟୁଟି ସମୟରେ ଏଭଳି ବିକଳଚିତ୍ର ଦେଖିବାକୁ ମିଳୁଛି । ଅକ୍ସିଜେନ୍ ସିଲିଣ୍ଡର ବନ୍ଦକରି ସେ ଗୁରୁତର ରୋଗୀଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଏତିକିରେ କଥା ସରିନି,ରୋଗୀ ଓ ସମ୍ପର୍କୀୟଙ୍କୁ ସେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହେଉଛି ।

ସୋର ଥାନା ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁର ଅଞ୍ଚଳର ମିନକେତନ ଦାସମହାପାତ୍ର ନିମୋନିଆ ରୋଗରେ ପୀଡିତ ଅଛନ୍ତି । ଗତକାଲି ସନ୍ଧ୍ୟାରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ଅକ୍ସିଜେନ ସିଲିଣ୍ଡର ଲଗାଇଥିଲେ । ମାତ୍ର ସିଲିଣ୍ଡର ରାତିରେ ସରିଯାଇଥିଲା । ନୂଆ ସିଲିଣ୍ଡର ଲଗାଇବାକୁ ପରିବାର ଲୋକେ ଅନୁରୋଧ କରିଥିଲେ । କିନ୍ତୁ ଡିୟ୍ୟୁଟିରେ ଥିବା ମାତାଲା କର୍ମଚାରୀ ଜଣକ ନୂଆ ସିଲିଣ୍ଡର ଲଗାଇବାକୁ ରୋକଠୋକ ମନା କରିଦେଇଥିଲେ । ବାଧ୍ୟହୋଇ ମିନକେତନଙ୍କ ପରିବାର ଲୋକେ ପ୍ରାଇଭେଟ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା