Masthead

ଆକ୍ସନ ମୋଡରେ ପୋଲିସ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ସହରକୁ ଅପରାଧ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପୁରୀ ଏସପି କେ ବିଶାଳ ସିଂଙ୍କ ନିର୍ଦ୍ଦେଶରେ ସିଟି ଡିଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି । ସହରର ବିଭିନ୍ନ ଅପରାଧରେ ଜଡିତ ଥିବା ହାର୍ଡକୋର କ୍ରିମିନାଲଙ୍କ ଉପରେ ଚଢାଉ କରାଯାଇଛି । ସ୍ୱତନ୍ତ୍ର ଚଢାଉ ଅଭିଯାନରେ ପୁରୀ ପୋଲିସ ୧୮ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠୁ ବିଭିନ୍ନ ମାରଣାସ୍ତ୍ର, ଲଙ୍କାଗୁଣ୍ଡ ପୋଲିସ ଜବତ କରିଛି ।

ଅପରାଧୀମାନ ଦାଦାବଟି, ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧରେ ଜଡିତ ଥିବା ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ପୁରୀ ପୋଲିସ ଅପରାଧୀଙ୍କ ପ୍ରତି ଜିରୋ ଟୋଲେରାନ୍ସ ନୀତି ଆରମ୍ଭ କରିଛି । ଆଗାମୀ ଦିନରେ ଆହୁରି ଚଢାଉ କରାଯାଇ ଅପରାଧୀଙ୍କୁ ଜେଲ ପଠାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ପୁରୀ ଏସପି ଓ ସିଟି ଡିଏସପିଙ୍କ ନମ୍ବର ଦିଆଯାଇଛି । କୌଣସି ଅପରାଧୀ ବିଷୟରେ ଲୋକମାନେ ସିଧାସଳଖ ଅଭିଯୋଗ କରିପାରିବେ । ସେମାନଙ୍କ ପରିଚୟ ଗୋପନ ରଖାଯିବ । ସୂଚନାକୁ ନେଇ ପୋଲିସ ପକ୍ଷରୁ ପୁରସ୍କାର ଦିଆଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା