ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ହେବ ଜଳ ଯନ୍ତ୍ରଣାରେ ଛଟପଟ ଅଂଚଳବାସୀ । ପାଇପ ଯୋଗେ ଗ୍ରାମାଞ୍ଚଳର ପ୍ରତେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବସୁଧା ଯୋଜନା । ପାଇପି ଅଛି ହେଲେ ଆସୁନି ପାଣି । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୪୦ରୁ ଉର୍ଦ୍ଧ ପରିବାର । ଦେଖୁନାହାନ୍ତି କିଭଳି ନଳକୂପ ଆଗରେ ଥୁଆ ହୋଇଛି ମାଳ ମାଳ ଗରା ବାଲଟି । ରାତି ପାଇଲେ ପାଣି ପାଇଁ ଲାଗୁଛି ଏମିତି ଲାଇନ ।

ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୁଳାସର ଗ୍ରାମ ଦୃଶ୍ୟ । ପ୍ରତେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ବସୁଧା ଯୋଜନା ଦ୍ଵାରା । ସେପଟେ ଗ୍ରାମରେ ଦୁଇଟି ନଳକୂଅ ଥିବାବେଳେ ଗୋଟିଏ ନଳକୂଅ ରୁ ଦୂଷିତ ପାଣି ବାହାରୁଥିବାବେଳେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି ଗ୍ରାମର ୪୦ରୁ ଉର୍ଦ୍ଧ ପରିବାର । ଦୀର୍ଘ ବର୍ଷ ପରେ ବି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଏଠାକାର ଗ୍ରାମବାସୀବାସୀ ।

ଏମିତି ବି ବେଳେ ବେଳେ ଆବଶ୍ୟକୀୟ ମୁତାବକ ପାଣି ବାହାରୁ ନଥିବାରୁ ଦୂଷିତ ପାନୀୟ ଜଳରେ ଶୋଷ ମେଣ୍ଟନ୍ତି ଏଠାକାର ଲୋକେ । ପ୍ରତିଦିନ ପାଣି ପାଇଁ ଏଠି ଚାଲେ ସଂଘର୍ଷ । ଇଏ ଆଜି କିମ୍ବା କାଲିର ଘଟଣା ନୁହେଁ ବର୍ଷ ବର୍ଷ ଧରି ଏଭଳି ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ମାନେ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ହୋଇନି ସମସ୍ୟାର ସମାଧାନ ହେଉ ନାହିଁ । ବସୁଧା ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ