Masthead

୩୭୦ ପାଇଁ ଜାରି ରହିବ ଲଢ଼େଇ: ମେହବୁବା ମୁଫତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଏକ ବଡ଼ ବୟାନ ଦେଇଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ କାଶ୍ମୀରର ନେତା ମାନଙ୍କୁ ନେଇ ସର୍ବଦଳୀୟ ବୈଠକ କରିଥିଲେ । ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବା ନେଇ ନିଷ୍ପତ୍ତି ନିଆଯାଇଛି ଏହି ବୈଠକରେ । ତେବେ ଗୁପକାର ମେଣ୍ଟ ଆଗରୁ ହିଁ ୩୭୦ ବିଷୟରେ ଆଲୋଚନା କରିବ ବୋଲି ଘୋଷଣା କରିଥିଲା । କିନ୍ତୁ ବୈଠକରେ ଏହାକୁ ନେଇ କୌଣସି ଆଲୋଚନା ହେଲାନାହିଁ । ଏହାପରେ ମେହବୁବା ମୁଫତି କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ୩୭୦ ପୁଣି ଫେରାଇ ଆଣିବାକୁ ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ଲଢ଼େଇ ଜାରି ରଖିବୁ ।

୨୦୧୯ ମସିହା ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କାଶ୍ମୀରରେ ୩୭୦ ଉଚ୍ଛେଦ କରିଥିଲେ । ଯାହାକୁ ଜମ୍ମୁରେ ସ୍ୱାଗତ କରାଯାଇଥିଲେ ମଧ୍ୟ କାଶ୍ମୀରରେ ବିରୋଧ କରାଯାଇଥିଲା । ଗୁପକାର ମେଣ୍ଟ ଏହାକୁ ଘୋର ବିରୋଧ କରୁଥିବା ନଜରକୁ ଆସିଛି । ଏପରିକି ଏବାବଦରେ କେନ୍ଦ୍ର ସରକାର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ବୟାନ ଦେଇ ଖୁବ ଟ୍ରୋଲ ହୋଇଥିଲେ ମହବୁବା ମୁଫତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା