Masthead

ନିର୍ବାଚନ ସମୟରେ ଜୋରଦାର ଚାଲିଛି ଚେକିଂ, ବଡ଼ବିଲରୁ ୨୦ ଲକ୍ଷ ଜବତ କଲା ପୋଲିସ

ବଡ଼ବିଲବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ ଜାରି ରହିଛି । ଚେକିଂ ବେଳେ ୨୦ ଲକ୍ଷ ଟଙ୍କା ଜବତ କରିଛି ବଡ଼ବିଲ ପୋଲିସ । କିରିବୁରୁ ଛକରେ ଏକ ବାଇକରୁ ୭ ଲକ୍ଷ ଟଙ୍କା ଜବତ୍ ହୋଇଥିବାବେଳେ ଭଦ୍ରାସାହି ସ୍ଥିତ ତ୍ରିଶକ୍ତି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର କର୍ମଚାରୀ ଏହି ଟଙ୍କାକୁ ଆକ୍ସିସ ବ୍ୟାଙ୍କରୁ ଉଠାଇ ଯାଉଥିବା ପୋଲିସ୍ ଜାଣିବାକୁ ପାଇଥିଲା ।

ସେହିପରି ସାଧୁ ସିଂ ହଟିଂ ଛକ ନିକଟରୁ ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ । ୮ ଲକ୍ଷ ଟଙ୍କା ସ୍ଵପ୍ନେଶ୍ୱର ରୋଡ଼ଲାଇନ୍ସର ଏବଂ ୫ ଲକ୍ଷ ରାଧାକୃଷ୍ଣ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ କରାଯାଇଛି । ଏମାନେ ଆଇ ସି ଆଇ ସି ଆଇ ବ୍ୟାଙ୍କରୁ ଟଙ୍କା ଉଠାଣ କରି ବିଭିନ୍ନ ଗାଡ଼ିକୁ ପେମେଣ୍ଟ କରିବା ଉଦ୍ଦେଶ୍ୟରେ ଠାକୁରାଣୀ ଅଞ୍ଚଳକୁ ଯାଉଥିଲେ ବୋଲି ଜଣାପଡିଛି । ତେବେ ଜବତ୍ ହୋଇଥିବା ଟଙ୍କାକୁ ଟ୍ରେଜେରୀରେ ଡିପୋଜିଟ କରାଯିବା ସହ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ