Masthead

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

ଉଦଳା (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର । ଉଦଳା ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟ । ସାର୍ଟିଫିକେଟ କରାଇ ଦେବାକୁ ୫୦ହଜାର ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସିବିଆଇ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିବା ପରେ ମାମଲା ରୁଜୁ କରି ଗିରଫ କରିଛି। ଏଥିସହ ତାଙ୍କ ଘର ଏବଂ ଅଫିସରେ ସିବିଆଇ ଚଢ଼ଉ କରି ଛାନ୍‌ଭିନ୍‌ କରିଛି। ଉଦଳା ଡାକସର୍କଲ ଅଧୀନ କୁଶଳଦା ପଥୁରିକଟା ପୋଷ୍ଟ ଅଫିସର ଜିଡିଏସ୍‌ ବିପିଏମ ମଳୟ କୁମାର ବେହେରା ବିଭାଗରେ ଚାକିରି କରିଥିବା ବେଳେ ଏବେ ସେ ଶିକ୍ଷକ ଭାବେ ଚାକିରି ପାଇଛନ୍ତି।

ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଇସ୍ତଫା ସହ ପୋଷ୍ଟ ୱାର୍କ ଭେରିଫିକେସନ୍‌ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଏହି ସାର୍ଟିଫିକେଟ୍‌ ପାଇଁ ମଳୟ ଉଦଳା ଡାକ ନିରୀକ୍ଷକଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ୍‌ ଦେବାକୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସନ୍ଧ୍ୟାରେ ରାଜେନ୍ଦ୍ର ତାଙ୍କ ଉଦଳାସ୍ଥିତ ବାସଭବନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ ତାଙ୍କୁ ମାଡ଼ି ବସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି