Masthead

କେନ୍ଦ୍ର ସରକାରଙ୍କୁ ପୋଷ୍ଟର ଆଟାକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଂଚଳିକ ଦଳକୁ ଏବେ ଘାଂଟୁଛି ସିବିଆଇ ଓ ଇଡି । ପ୍ରଥମେ ମନୀଷ ସିସୋଦିଆ, ପରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବ ଆଉ ଏବେ କେସିଆରଙ୍କ ଝିଅ କେ. କବିତାଙ୍କୁ ଜେରା କରିଛି ଇଡି । ଆଉ ଏତିକି ବେଳେ ସିଆଇଏସଏଫ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯାହାକୁ ଭିନ୍ନ ଢଙ୍ଗରେ ବିରୋଧ କରିଛି କେସିଆରଙ୍କ ବିଆରଏସ ହାଇଦ୍ରାବାଦର ଛକ ଛକରେ ଲାଗିଛି ଓାସିଂ ପାଉଡରର ପୋଷ୍ଟର । । ହାଇଦ୍ରାବାଦରେ ବିଆରଏସ ପୋଷ୍ଟର ଲଗାଇଛି । ଯେଉଁଥିରେ ବାଏ ବାଏ ମୋଦୀ ଲେଖା ହୋଇଛି । ଯେଉଁଥିରେ ୱାଶିଂ ପାଉଡର ନିର୍ମା ଓ ୱେଲକମ ଟୁ ଅମିତ ଶାହ ଲେଖା ହୋଇଛି । ଏହି ପୋଷ୍ଟରରେ କିନ୍ତୁ ବିଜେପିକୁ ଆମଦାନୀ ହୋଇଥିବା ନେତାଙ୍କ ମୁହଁର ଫଟୋ ରହିଛି ।

ଏହି ବିଜ୍ଞାପନ ଜରିଆରେ କୁହାଯାଇଛି ଯେ ଯେଉଁମାନେ ଦଳ ବଦଳ କରି ବିଜେପିରେ ସାମିଲ ହେଉଛନ୍ତି ତାଙ୍କ ବିରୋଧରେ କୌଣସି ରେଡ କିମ୍ବା ତଦନ୍ତ ହେଉ ନାହିଁ । ଯେଉଁଥିରେ ଶୁଭେନ୍ଦୁ ଅଧିକାରୀ, ହିମନ୍ତ ବିଶ୍ୱଶର୍ମା, ନାରାୟଣ ରାଣେଙ୍କ ଭଳି ନେତାଙ୍କ ନାଁ ଲେଖା ହୋଇଛି । ସେହିପରି ଏକ ରାବଣ ପୋଷ୍ଟର ଲାଗିଛି । ଏହାସହ ରାବଣର ଦଶଟି ମୁଣ୍ଡ ଜାଗାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡିକର ନା ଲେଖା ହୋଇଛି । ଦେଶକୁ ଲୁଟ୍ କରୁଥିବା ପୁଞ୍ଜିପତିଙ୍କୁ କେବେ ତଦନ୍ତ ପାଇଁ ସିବିଆଇ ଏବଂ ଇଡିକୁ ପଠାଇବେ ସରକାର । ତେବେ ଯାହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!