ମୋଦି ପହଞ୍ଚିବା ଆଗରୁ ଇଡି ହାଜର: କେ.କବିତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ପହଞ୍ଚିବା ଆଗରୁ ପହଞ୍ଚି ଯାଉଛି ଇଡି । ଏଭଳି କହି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତା । କବିତା କହିଛନ୍ତି ମୋଦି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିକୁ ଅସ୍ତ୍ର କରିଛନ୍ତି । ଯେଉଁଠି ନିର୍ବାଚନ ଥାଏ ସେଠି ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପୂର୍ବରୁ ଇଡି ହାଜର ହୋଇଯାଉଛି । ପିଏମ୍ ମୋଦିଙ୍କୁ ସମାଲୋଚନା କରି କବିତା କହିଛନ୍ତି ମୋଦି ଜନସାଧାରଣଙ୍କ ନିକଟକୁ ଯାଇ କୁହନ୍ତୁ ତେଲେଙ୍ଗାନା ଏବଂ ଦେଶର ଲୋକଙ୍କ ପାଇଁ କ’ଣ କରିଛନ୍ତି । ସାଧାରଣ ଲୋକଙ୍କ ହୃଦୟ ଜିତନ୍ତୁ । ପରେ ନିର୍ବାଚନ ଜିତିବେ ।

କେ.କବିତା ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କ ଆଶୀର୍ବାଦ ପାଇବା ପରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି । ତେଲେଙ୍ଗାନାରେ ବିଆରଏସ ସରକାରଙ୍କ ନେତୃତ୍ୱ ନେଉଛି। ଆମେ ବିଜେପିର ବିଫଳତାକୁ ଜନତାଙ୍କ ସାମ୍ନାରେ ରଖିବୁ। ହେଲେ ଆମକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଦ୍ୱରା ହଇରାଣ କରାଯାଉଛି। ଆମେ କିନ୍ତୁ ଭୟଭୀତ ହେବାର ନାହିଁ। ଭିଡିଓ କନଫରେନ୍ସିଂ ଜରିଆରେ କାହିଁକି ଇଡି ତା’ର କାର୍ୟ୍ୟ କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ମହିଳାମାନଙ୍କୁ ପଚରାଉଚରା କରାଯାଉଛି ତେବେ ଏହା ଅନଲାଇନ୍ ମୋଡରେ କରାଯିବା ଉଚିତ୍ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେଜେରା ପାଇଁ ମାର୍ଚ୍ଚ ୧୧ ତାରିଖରେ ଇଡିରେ ହାଜର ହେବେ ବୋଲି କେ. କବିତା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ